ପୁରୀ:ଗାଁ ଶ୍ମଶାନରେ ଶେଷ ହୋଇଛି ବୀର ଯବାନ ପ୍ରତାପ ରଞ୍ଜନ ପରିଡାଙ୍କର ଶେଷ କୃତ୍ୟ । ପୁରୀ ଜିଲ୍ଲା ଗୋପ ବ୍ଲକ ମଲ୍ଲଗାଁରେ ତାଙ୍କର ଶେଷକୃ୍ତ୍ୟ ଏକ ଶୋକାକୂଳ ପରିବେଶରେ ରାଷ୍ଟ୍ରୀୟ ମର୍ଯ୍ୟଦାର ସହ ସମ୍ପନ୍ନ ହୋଇଛି । ବୀର ଯବାନଙ୍କ ଶେଷ ଦର୍ଶନ ପାଇଁ ଛକ ଓ ରାସ୍ତା ଘାଟରେ ଲୋକଙ୍କ ଭିଡ ଜମିଥିଲା ।
ଗତକାଲି ତାଙ୍କର ମରଶରୀର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲା । ସେଠାରୁ ତାଙ୍କୁ ବିଏସଏଫ କ୍ୟାମ୍ପକୁ ନିଆ ଯାଇଥିଲା । ଆଜି ତାଙ୍କର ମର ଶରୀର ଗାଁରେ ପହଞ୍ଚିବା ପରେ ଗାଁ ମଶାଣୀରେ ଅନ୍ତିମ ସଂସ୍କାର କାମ କରାଯାଇଛି
ମେଘାଳୟରେ ପ୍ରତାପ ବିଏସଏଫର ଗୁଇନ୍ଦା ବିଭାଗରେ ହାବିଲଦାର ମେଜର ଭାବେ କାର୍ଯ୍ୟ କରୁଥିଲେ । ଦାୟିତ୍ୱରେ ଥିବା ଓଡ଼ଆ ଯବାନ ପ୍ରତାପ ରଞ୍ଜନ ପରିଡାଙ୍କର ସନ୍ଦେହ ଜନକ ସ୍ଥିତିରେ ମୃତ୍ୟୁ ଘଟିଛି । ଏ ନେଇ ବିଏସଏଫ ପକ୍ଷରୁ ପ୍ରତାପଙ୍କ ପରିବାର ଲୋକଙ୍କୁ ଅବଗତ କରାଯାଇଥିଲା । ସେ ତୁରା କ୍ୟାମ୍ପରୁ ଘାଟକୁ ସାଇକେଲରେ ଯାଉଥିବାବେଳେ ରାସ୍ତାକଡରେ ଥିବା ଏକ କୂଅ ଭିତରେ ପଡି ଯାଇଥିଲେ । ତେବେ ପ୍ରତାପଙ୍କ ମୃତ୍ୟୁକୁ ନେଇ ସନ୍ଦେହ ଲାଗି ରହିଛି ।
ପରିବାର ସଦସ୍ୟଙ୍କ ସହ ସହିଦ ଯବାନଙ୍କ ପତ୍ନୀ ସତ୍ୟଭାମା ପରିଡା ଅଭିଯୋଗ କରିଛନ୍ତି, ପ୍ରତାପଙ୍କୁ ହତ୍ୟା କରାଯାଇଛି । ସେ ଏହାର ସିବିଆଇ ତଦନ୍ତ ଦାବି କରିଛନ୍ତି ।
ଏଠି କହିରଖିବୁ, ସହିଦ ପ୍ରତାପଙ୍କ ର ବଡ ଭାଇ ସିଆରପିଏଫରେ କାମ କରୁଥିବାବେଳେ ସାନ ଭାଇଙ୍କର ଦୁଇ ବର୍ଷ ତଳେ ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା । ସହଦ ପ୍ରତାପଙ୍କ ଗୋଟିଏ ପୁଅ ଓ ଝିଅ ଅଛନ୍ତି ।
BREAKING NEWS
- ପୂର୍ବତନ କ୍ରିକେଟର ତଥା ସାଂସଦ ୟୁସୁଫ ପଠାଣଙ୍କୁ ଗୁଜୁରାଟ ସରକାରଙ୍କ ବଡ ଉପହାର
- ବିସ୍କୁଟରେ ମିଶୁଛି ଚୋକଡ, କ୍ଷୀରରେ ଡ଼ିଟରଜେଣ୍ଟ; ଏଫଏସଏସଏଆଇ ବଡ଼ କାର୍ଯ୍ୟାନୁଷ୍ଠାନ…
- ଭୁବନେଶ୍ୱର ବିମାନବନ୍ଦରରୁ ୩ କୋଟିର ଗଞ୍ଜେଇ ଜବତ, ୩ ଅଟକ…
- ଟାଇଗର ଶ୍ରଫ୍ଙ୍କୁ ଫାୟାରିଂ ପଛର ସତ୍ୟ ବାହାର କଲା ପୋଲିସ: ଚାକିରି ଓ ଟଙ୍କା ଲୋଭରେ କରାଯାଇଥିଲା ଆକ୍ରମଣ
- ଦେଶବାସୀଙ୍କୁ ମୋହନ ଭାଗବତଙ୍କ ସମ୍ୱୋଧନ: କହିଲେ, ଏକତା ଓ ପ୍ରଗତି ରାସ୍ତାରେ ଆମେ ଆଗକୁ ବଢ଼ିବା ଦରକାର
- ରେଲୱେ ଟ୍ରାକ ନିକଟରେ କୁମ୍ଭୀର, ଚିନ୍ତାରେ ଲୋକେ
- ଦଶହରା ଶୁଭେଚ୍ଛା: ରାଜ୍ୟବାସୀଙ୍କ ସୁଖ ଓ ସମୃଦ୍ଧି କାମନା କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ
- ମା’କୁ ମାରି ରୋଷେଇ ଘରେ ପ୍ଲାଷ୍ଟର କରିବା ଘଟଣା: ପୁଅକୁ ଝାଡ଼ଖଣ୍ଡରୁ ଗିରଫ କଲା ପୋଲିସ
- ମ୍ୟାଟ୍ରିମୋନିଆଲ୍ ସାଇଟ୍ରେ ପ୍ରେମ ଜାଲ: ବିବାହ ଆଶା ଦେଖାଇ କୋଟିଏ ଟଙ୍କା ଚୂନ
- ଭାରତରୁ ନିଜ ଦେଶ ଇଣ୍ଡୋନେସିଆକୁ ଫେରିଲା ଓରାଙ୍ଗଉଟାନ ଶାବକ

Comments are closed.