Latest Odisha News

BREAKING NEWS

ଯୌତୁକ ପାଇଁ ମହିଳାଙ୍କୁ ହତ୍ୟା ! ଅଭିଯୋଗ ଆଣିଲେ ପରିବାର ଲୋକ , ସ୍ବାମୀ ଅଟକ

ଭୁବନେଶ୍ବର : ଯୁଗ ବଦଳିଛି , ସମୟ ମଧ୍ୟ ବହୁତ ଆଗକୁ ଯାଇଛି  । ହେଲେ ଏବେ ବି ଲୋକଙ୍କର ମାନସିକତା ବଦଳିନାହିଁ । ଆଜି ବି ରହିଛି ଯୌତୁକ ପ୍ରଥା । ଯୌତୁକ ପାଇଁ ଅନେକ ଝିଅ ଜୀବନ ହରାଉଛନ୍ତି  । ଏମିତି କିଛି ଘଟଣା ଘଟିଛି ଭୁବନେଶ୍ବର ଏୟାର ଫିଲ୍ଡ ଥାନା ପୁନାମା ଗେଟ୍ ନିକଟରେ  । ସନ୍ଦେହଜନକ ଭାବେ ଜଣେ ବିବାହିତ ମହିଳାଙ୍କର ମୃତ୍ୟୁ ଘଟିଛି । ମୃତକ ପ୍ରିୟଙ୍କା ମିଶ୍ର ବୋଲି ଜଣାପଡିଛି  ।

କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରିୟଙ୍କା ମିଶ୍ରଙ୍କ ସହ ଅରବିନ୍ଦ ନଗରର ପ୍ରଦୀପ୍ତ ଦାସଙ୍କ ପୁଅ ସୁରଜ୍ ଦାସଙ୍କର ବୈଦିକ ରୀତି ନୀତିରେ ବିବାହ ହୋଇଥିଲା। କିଛି ଦିନ ବୈବାହିକ ଜୀବନ ସୁରୁଖୁରୁରେ ଚାଲିଥିଲା । ହେଲେ ତାପରେ ଆରମ୍ଭ ହୋଇଥିଲା ଯୌତୁକ ଜନିତ ନିର୍ଯ୍ୟାତନା  । ଏକଥା ପ୍ରିୟଙ୍କା ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ  । ପ୍ରିୟଙ୍କାଙ୍କ ପରିବାର ଲୋକଙ୍କ ଅଭିଯୋଗ ମୁତାବକ ସୂରଜ ସବୁବେଳେ ଜାଗା ପାଇଁ ପ୍ରିୟଙ୍କା ନିକଟରେ ଦାବି କରିଆସୁଥିଲେ ।

ମାତ୍ର ପରିବାର ଲୋକ ନ ଦେବାରୁ ସେ ପ୍ରିୟଙ୍କାଙ୍କୁ ନିର୍ଯ୍ୟାତନା ଦେବା ଆରମ୍ଭ କରିଦେଇଥିଲେ । ଏପରିକି ଏହାକୁ ନେଇ ଶେଷରେ ପ୍ରିୟଙ୍କାଙ୍କୁ ମାରିବାକୁ ବି ପଛାଇନଥିଲେ ଶାଶୁଘର ଲୋକ  । ଏନେଇ ଥାନାରେ ଏତଲା ଦେଇଛନ୍ତି ପ୍ରିୟଙ୍କା ପରିବାର ଲୋକ । ଅଭିଯୋଗ ଅନୁଯାୟୀ ପୋଲିସ ସ୍ବାମୀ ସୁରଜ ଦାସଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ।

Comments are closed.