Latest Odisha News

BREAKING NEWS

ଉଡି ଉଡି ଆସି ପାର୍ସଲ ଦେଲେ ଡେଲିଭରି ବଏ, ଲୋକେ ଚକିତ

ଦୁବାଇ: ଆଜିକାଲି ସୋସିଆଲ ମିଡ଼ିଆରେ ଅଜବ ଅଜବ ଭିଡ଼ିଓ ସବୁ ଦେଖିବାକୁ ମିଳୁଛି । ଯାହାକୁ ଦେଖିଲେ ବି ବିଶ୍ୱାସ କରିବା ସହଜ ହୁଏନାହିଁ । ଏବେ ସେମିତି ଏକ ଭିଡ଼ିଓ ଭାଇରାଲ ହେଉଛି,ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଜଣେ ଡ଼େଲିଭରି ବଏ ଉଡ଼ି ଉଡ଼ି ଆସି ପାର୍ସଲ ଦେଉଛନ୍ତି । ଏହି ଭିଡ଼ିଓ ଲୋକଙ୍କୁ ଚକିତ କରିଛି ।

ଆଉ ସାଇକେଲ କିମ୍ବା ବାଇକ୍ ନୁହେଁ, ଏଣିକି ଉଡି ଉଡି ପାର୍ସଲ ଦେବେ ଡ଼େଲିଭରି ବଏ । କିଛି ଏଭଳି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଚର୍ଚ୍ଚାର କାରଣ ପାଲଟିଛି । ଭିଡିଓଟିକୁ ଯେକେହି ଦେଖୁଛି ଚକିତ ହେଉଛି । କାରଣ ବ୍ୟକ୍ତିଜଣଙ୍କ ଠିକ୍ ପ୍ରଜାପତି ଭଳି ଉଡି ଆସି ପାର୍ସଲ ଡେଲିଭରି କରୁଥିବା ନଜର ଆସୁଛନ୍ତି ।

ଇନଷ୍ଟାଗ୍ରାମରେ ଭାଇରାଲ ହେଉଥିବା ଏହି ଭିଡିଓଟି ଦୁବାଇର । ଏଥିରେ ଅନେକ ବ୍ୟବହାରକାରୀ ନିଜର ପ୍ରତିକ୍ରିୟା ରଖୁଛନ୍ତି । ଜଣେ ବ୍ୟବହାରକାରୀ କହିଛନ୍ତି, ଆମର ଡେଲିଭରି ବଏ ମାନେ ଅନେକେ ଥର ସାଇକେଲରେ ଆସୁଛନ୍ତି । କମ୍ପାନୀଗୁଡ଼ିକୁ ଏଭଳି ଟେକ୍ନୋଲୋଜି ଉପରେ ଧ୍ୟାନ ଦେବା ଉଚିତ । ସେହିଭଳି ଜଣେ ଅନ୍ୟ ବ୍ୟବହାରକାରୀ ଲେଖିଛନ୍ତି ଏହା ଅସାଧାରଣ ଫିଚର ।

Comments are closed.