ନୂଆଦିଲ୍ଲୀ:ଦିବାଲି ପୂର୍ବରୁ ଦିଲ୍ଲୀବାସୀଙ୍କୁ ମିଳିଲା ଆଶ୍ୱସ୍ତି । କମିଲା ପ୍ରଦୂଷଣ । ଦିବାଲି ଭେଟି ଦେଲା ପାଣିପାଗ । ଦିଲ୍ଲୀ-ନଏଡାର ଅନେକ ଅଞ୍ଚଳରେ ସାରାରାତି ବର୍ଷା ଲାଗି ରହିଥିଲା । ପାଣିପାଗରେ ଏପରି ପରିବର୍ତ୍ତନ ପରେ ତାପାମାତ୍ରା ହ୍ରାସ ପାଇଛି । ଏଥିସହିତ ପ୍ରଦୂଷଣରୁ ମଧ୍ୟ ଆଶ୍ୱସ୍ତି ମିଳିଛି । ଦିଲ୍ଲୀର ଅନେକ ଇଲାକାରେ AQI ସ୍ତର ୪୦୦ରୁ ସିଧା ୧୦୦କୁ ଖସି ଆସିଛି । ପାଣିପାଗ ବିଭାଗ ଅନୁଯାୟୀ, ଦିଲ୍ଲୀର ବବାନା, କଞ୍ଝାବାଲଳା, ମୁଣ୍ଡାକା, ଜାଫରପୁର, ନଜଫଗଡ, ନଏଡା ଏବଂ ଗ୍ରେଟର ନଏଡାରେ ପ୍ରବଳ ବର୍ଷା ହୋଇଛି ।
ଆଇଏମଡି ସୂଚନା ଅନୁସାରେ, ବହାଦୁରଗଡ, ଗୁରୁଗ୍ରାମ,ଝଜ୍ଜର, ଫରୁଖନଗର, କୋସଲି ଏବଂ ଆଖପାଖ ଇଲାକାରେ ମଧ୍ୟ ବର୍ଷାର ପ୍ରଭାବ ପଡିଛି । ଏଠାରେ ମଧ୍ୟ ପ୍ରଦୂଷଣ ମାତ୍ରା କମିବାର ସମ୍ଭାବନା ରହିଛି ।
ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ଦକ୍ଷିଣ-ପଶ୍ଚିମ ଦିଲ୍ଲୀ, ଏନସିଆର ସହ ହରିଆଣା,ର ଭିନ୍ନ ଭିନ୍ନ ସ୍ଥାନରେ ବର୍ଷା ହୋଇଛି । ରାଜସ୍ଥାନର କେତେକ ସ୍ଥାନରେ ମଧ୍ୟ ବର୍ଷା ହୋଇଛି । ବର୍ଷା ଯୋଗୁ ପ୍ରଦୂଷଣ ମାତ୍ରା ହ୍ରାସ ପାଇଛି । ସୂଚନାଥାଉ କି, ରାଜଧାନୀ ଦିଲ୍ଲୀରେ ଗୁରୁବାର ୨୪ଘଣ୍ଟାରେ AQI ୪୩୭ ଛୁଇଁଥିଲା ଯାହା ଗମ୍ଭୀର ଶ୍ରେଣୀର ଥିଲା ।
Comments are closed.