ମୁମ୍ବାଇ: ୧୯ ବର୍ଷ ପୁରୁଣା ଶାଢି ପୁଣି ପିନ୍ଧିଲେ ବଲିଉଡ଼ ଅଭିନେତ୍ରୀ ସୁସ୍ମିତା ସେନ । ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ପରେ ଏବେ ଅଭିନେତ୍ରୀ ସୁସ୍ମିତା ସେନ୍ ତାଙ୍କ ପୁରୁଣା ଶାଢ଼ିକୁ ଆଉ ଥରେ ପିନ୍ଧିଛନ୍ତି । ସୁସ୍ମିତା ନଭେମ୍ବର ୧୧ରେ ଶିଳ୍ପା ସେଟ୍ଟୀଙ୍କ ଦୀପାବଳି ପାର୍ଟିରେ ପହଞ୍ଚିଥିଲେ । ଏହି ସମୟରେ ସେ ୧୯ବର୍ଷ ପୁରୁଣା ଶାଢ଼ି ପିନ୍ଧିଥିବା ଦେଖାଯାଇଥିଲା । ସୁସ୍ମିତାଙ୍କ ସହ ତାଙ୍କ ଝିଅ ରେନେ ସେନ୍ ଓ ପ୍ରେମିକ ରୋହମନ ଶେଲ ମଧ୍ୟ ନଜର ଆସିଥିଲେ ।
ସୁସ୍ମିତା ୧୯ବର୍ଷ ପୂର୍ବେ କରଣଙ୍କ ସୋ’ କଫି ଉଇଥ୍ କରଣ ସିଜିନ ୧ରେ ଅତିଥି ଭାବେ ନଜର ଆସିଥିଲେ । ଏହି ସମୟରେ ସେ ସଞ୍ଜୟ ଦତ୍ତଙ୍କ ସହ ସୋ’ରେ ପହଞ୍ଚିଥିବା ବେଳେ ଏହି ଶାଢ଼ି ପିନ୍ଧିଥିଲେ । ଶାଢ଼ି ସମାନ ପିନ୍ଧିଥିଲେ ବି ସୁସ୍ମିତା ବ୍ଲାଉଜ ଓ ଗହଣା ଅଲଗା ରଖିଥିବା ଦେଖାଯାଇଛି । ତେବେ ବ୍ରେକଅପ ହୋଇଥିବା ନେଇ ଘୋଷଣା କରିବା ପରେ ବି ସୁସ୍ମିତା, ରୋହମନଙ୍କ ସହ ଅନେକ ସ୍ଥାନରେ ନଜର ଆସୁଛନ୍ତି । କିଛି ଦିନ ତଳେ ଚର୍ଚ୍ଚା ହୋଇଥିଲା ଯେ, ଦୁହେଁ ପୁଣି ଥରେ ପରସ୍ପରକୁ ଡେଟ କରିବା ଆରମ୍ଭ କରିଛନ୍ତି ।
କିଛି ଦିନ ତଳେ ଦୁହିଁଙ୍କୁ ସିନେ ନିର୍ମାତା ରମେଶ ତେରାନୀଙ୍କ ପାର୍ଟିରେ ଦେଖିବାକୁ ମିଳିଥିଲା । ରୋହମନ ସୁସ୍ମିତାଙ୍କ ହାତ ଧରି ବାଟ କଢ଼େଇ ନେଉଥିବାର ନଜର ଆସିଥିଲେ । ଦୁଇ ଜଣଙ୍କୁ ପୁଣି ଏକାସାଥୀରେ ଦେଖି ସେମାନଙ୍କ ସଂପର୍କକୁ ନେଇ ଆଲୋଚନା ଆରମ୍ଭ ହୋଇଯାଇଛି ।
Comments are closed.