Latest Odisha News

BREAKING NEWS

କଂଗ୍ରେସର ନିର୍ବାଚନୀ ଇସ୍ତାହାର ଜାରି: ୪୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର, ୪ ଲକ୍ଷ ଯୁବକଙ୍କୁ ମିଳିବ ସରକାରୀ ଚାକିରି

ଜୟପୁର: ନଭେମ୍ବର ୨୫ରେ ରାଜସ୍ଥାନରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନକୁ ଦୃଷ୍ଟିରେ ରଖି ମଙ୍ଗଳବାର ରାଜ୍ୟବାସୀଙ୍କ ପାଇଁ କଂଗ୍ରେସ ନିଜର ମନିଫେଷ୍ଟୋ ବା ଘୋଷଣାପତ୍ର ଜାରି କରିଛି। ଜୟପୁରରେ କଂଗ୍ରେସର ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇବା ସମୟରେ ଦଳର ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖାଡଗେ ଉପସ୍ଥିତ ଥିଲେ। ନିର୍ବାଚନୀ ଇସ୍ତାହାରରେ କୃଷକ, ଯୁବକ ଏବଂ ମହିଳାଙ୍କୁ ଅଧିକ ଧ୍ୟାନ ଦିଆଯାଇଛି।

ନିର୍ବାଚନୀ ଇସ୍ତାହାର ଘୋଷଣା ବେଳେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌, ରାଜ୍ୟ କଂଗ୍ରେସ ସଭାପତି ଗୋବିନ୍ଦ ସିଂ ଡୋଟାସାରା, ସିପି ଯୋଶୀ ଏବଂ ସଚିନ ପାଇଲଟ ଏବଂ ଅନ୍ୟ ନେତାମାନେ ଉପସ୍ଥିତ ଥିଲେ। ଏହି ସମୟର କଂଗ୍ରେସ ବିଜେପିକୁ ଟାର୍ଗେଟ୍‌ କରିଥିଲା। ଦଳ ରାଜସ୍ଥାନରେ ପୁନର୍ବାର ବିଜୟ ବିଷୟରେ ମଧ୍ୟ କହିଛି। ତେବେ ନିର୍ବାଚନୀ ଇସ୍ତାହାରରେ ପ୍ରତିଶୃତି ଦିଆଯାଇଛି ଯେ କଂଗ୍ରେସ ସରକାର ଗଠନ ପରେ ପରିବାରର ମହିଳା ମୁଖ୍ୟଙ୍କୁ ପ୍ରତିବର୍ଷ ୧୦,୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ।

  • ନିର୍ବାଚନୀ ଇସ୍ତାହାର ଅନୁଯାୟୀ, ସ୍ବାମୀନାଥନ୍‌ କମିଟିର ସୁପାରିଶ ଅନୁଯାୟୀ କୃଷକମାନଙ୍କ ପାଇଁ ଏମଏସପି ଆଇନ ଅଣାଯିବ।
  • ଚିରଞ୍ଜୀବୀ ବୀମା ରାଶି ୨୫ ଲକ୍ଷରୁ ୫୦ ଲକ୍ଷକୁ ବୃଦ୍ଧି କରାଯିବ।
  • ଚାରି ଲକ୍ଷ ଯୁବକଙ୍କୁ ସରକାରୀ ଚାକିରି ଦିଆଯିବ। ୧୦ ଲକ୍ଷ ଯୁବକଙ୍କୁ ମିଳିବ ନିଯୁକ୍ତି।
  • ପଞ୍ଚାୟତ ସ୍ତରରେ ସରକାରୀ ଚାକିରିର ଏକ ନୂତନ କ୍ୟାଡର ସୃଷ୍ଟି ହେବ।
  • ବର୍ତ୍ତମାନ ୫୦୦ଟଙ୍କାରେ ଉପଲବ୍ଧ ଏହି ଗ୍ୟାସ ସିଲିଣ୍ଡରର ମୂଲ୍ୟ ୪୦୦ ଟଙ୍କା ହେବ।
  • ରାଜ୍ୟରେ ଆରଟିଇ ଆଇନ ଆଣି ଏହା ଅଧିନରେ ବେସରକାରୀ ଶିକ୍ଷାନୁଷ୍ଠାନରେ ଦ୍ୱାଦଶ ପର୍ଯ୍ୟନ୍ତ ଶିକ୍ଷା ମାଗଣା କରାଯିବ।
  • ମନରେଗା ଏବଂ ଇନ୍ଦିରା ଗାନ୍ଧୀ ସହରୀ ନିଯୁକ୍ତି ୧୨୫ ରୁ ୧୫୦ ଦିନକୁ ବୃଦ୍ଧି କରାଯିବ।
  • ଛୋଟ ବ୍ୟବସାୟୀ ଏବଂ ଦୋକାନୀମାନଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧମୁକ୍ତ ଋଣ ପ୍ରଦାନ କରିବାକୁ ମର୍ଚାଣ୍ଟ କ୍ରେଡିଟ କାର୍ଡ ଯୋଜନା ଆରମ୍ଭ ହେବ।

Comments are closed.