ଭୁବନେଶ୍ୱର: ରାଜଧାନୀକୁ ଅପରାଧମୁକ୍ତ ଏବଂ ସେଫ୍ ସିଟିରେ ପରିଣତ କରିବାକୁ ନାରା ଦେଇଥିବା କମିସନରେଟ ପୋଲିସର ପାଟ୍ରୋଲିଂ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ରାଜଧାନୀ ସ୍ଥିତ ନୟାପଲ୍ଲୀ ଡିଏଭି ସ୍କୁଲ ନିକଟରେ ମଙ୍ଗଳବାର ଜଣେ ଦୋକାନୀଙ୍କୁ ୬ରୁ ୭ ଜଣ ଦୁର୍ବୃତ୍ତ ନିର୍ଧୁମ ମାଡ଼ ମାରିଛନ୍ତି। ଦାଦା ବଟିକୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଥିବା ଜଣାପଡିଛି। ଦୋକାନର ସିସିଟିଭି କ୍ୟାମେରାରେ ଏହି ଲୋମହର୍ଷଣକାରୀ ଦୃଶ୍ୟ ସମ୍ପୂର୍ଣ୍ଣ ଭାବେ କଏଦ ହୋଇଛି।
ଏହି ଫୁଟେଜରେ ଦୁଇ ଜଣ ଯୁବକ ମୁହଁରେ ମାସ୍କ ଲଗାଇ ଦୋକାନ ନିକଟକୁ ଆସି ଦୋକାନୀଙ୍କ ସହ କଥା କଟାକଟି କରୁଥିବାର ଦେଖିବାକୁ ମିଳିଛି। ହଠାତ୍ ଦୁହେଁ ଦୋକାନୀଙ୍କୁ ଆକ୍ରମଣ କରିବା ଆରମ୍ଭ କରିଥିଲେ ଏବଂ ଏହାର କିଛି ସମୟ ପରେ ଆଉ ଚାରିରୁ ପାଞ୍ଚ ଜଣ ବ୍ୟକ୍ତି ଆକ୍ରମଣରେ ସାମିଲ ହୋଇଥିଲେ। ଏପରିକି ଜଣେ ଦୁର୍ବୃତ୍ତ ପାଖରେ ଥିବା ଗ୍ୟାସ୍ ସିଲିଣ୍ଡରକୁ ମଧ୍ୟ ଦୋକାନୀଙ୍କ ଉପରକୁ ଫିଙ୍ଗି ଦେଇଥିଲା।
ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ସମୟରେ ଦୋକାନୀଙ୍କ ସହାୟତା ପାଇଁ କେହି ଆସିନଥିଲେ। ଫଳରେ ତାଙ୍କ ମୁଣ୍ଡ, ଆଖି ଓ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି। ଦୋକାନୀଙ୍କ ଅଭିଯୋଗକୁ ଭିତ୍ତି କରି ନୟାପଲ୍ଲୀ ଥାନା ପୁଲିସ ଏକ ମାମଲା ରୁଜୁ କରି ସିସିଟିଭି ଫୁଟେଜ୍କୁ ପ୍ରମାଣ ଭାବେ ବ୍ୟବହାର କରି ତଦନ୍ତ ଆରମ୍ଭ କରିଛି।
ପ୍ରତିଦିନ ରାଜଧାନୀରେ ପୋଲିସ ସଂଧ୍ୟାରେ ହେଲେ ପଇଁତରା ମାରୁଥିବା ଦେଖିବାକୁ ମିଳିଛି। ମଦୁଆ ମାନେ ଯେଉଁ ଜାଗାରେ ଆସର ଜମାଇଥିଲେ ସେମାନଙ୍କୁ ସେହି ସ୍ଥାନରୁ ହଟାଇବା ସହିତ ବିିଭିନ୍ନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ହେଲେ ମଙ୍ଗଳବାର ସଂଧ୍ୟାରେ ଯେଉଁ ସ୍ଥିତି ଉପୁଜିଲା ତାହା ଏବେ ଚିନ୍ତାଜନକ।
Comments are closed.