Latest Odisha News

BREAKING NEWS

ବିବାହ ପରେ ବଦଳିଯାଇଛି ଜୀବନ: ଏମିତି କିଛି କହିଲେ ସିଦ୍ଧାର୍ଥ

ମୁମ୍ବାଇ: ବିବାହ ପରେ ବଦଳି ଯାଇଛନ୍ତିି ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା । ଏକଥା ଆମେ ନୁହେଁ, ସିଦ୍ଧାର୍ଥ ନିଜେ କହିଛନ୍ତି । ଲୋକପ୍ରିୟ ଚାଟ୍ ଶୋ’ ‘କଫି ଉଇଥ୍ କରନ୍ ୮’ରେ ଅତିଥି ଭାବେ ଯୋଗଦେଇ ସିଦ୍ଧାର୍ଥ ଏପରି କିଛି କହିଛନ୍ତି ।

ଶୋ’ର ଆଗାମୀ ଏପିସୋଡରେ ଅଭିନେତା ବରୁଣ ଧାୱନଙ୍କ ସହ ସିଦ୍ଧାର୍ଥ ନଜର ଆସିବେ । ଉଭୟ କରନ୍‌ଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍ ଦ ଇୟର’ ଯୋଗେ ବଲିଉଡ଼ରେ ଡେବ୍ୟୁ କରିଥିଲେ । ସେବେଠାରୁ ସିଡ୍ ଏବଂ ବରୁଣ ପରସ୍ପରର ଭଲ ବନ୍ଧୁ ରହି ଆସିଛନ୍ତି । ଉଭୟ ବିବାହ ମଧ୍ୟ କରିସାରିଲେଣି । ସିଦ୍ଧାର୍ଥ ଚଳିତ ବର୍ଷ ହାତକୁ ଦୁଇ ହାତ ହୋଇଥିବା ଯୋଗୁ ସ୍ତ୍ରୀ କିଆରା ଆଡଭାଣୀଙ୍କୁ ନେଇ ଶୋ’ରେ ଅନେକ କିଛି କହିଛନ୍ତି । ଦୁହେଁ ପରିବାରକୁ ବେଶ ଗୁରୁତ୍ୱ ଦେଇଥାନ୍ତି । କିଆରାଙ୍କ ଲାଗି ସିଦ୍ଧାର୍ଥଙ୍କ ଜୀବନ ପୁରା ବଦଳି ଯାଇଛି । ପୂର୍ବ ପେକ୍ଷା ଦାୟିତ୍ୱବାନ, ପରିଶ୍ରମୀ ହୋଇଯାଇଛନ୍ତି । ପୂର୍ବରୁ ବମ୍ବେରେ ସାଙ୍ଗମାନଙ୍କ ସହ ରହିବାକୁ ପଡ଼ୁଥିବା ବେଳେ ଏବେ ଜଣେ ପାର୍ଟନର ମିଳିଯାଇଛନ୍ତି । ଭଲପାଇବା ଅଧିକ ଥିବାରୁ କିଆରାଙ୍କ ଯତ୍ନ ନେବାକୁ ସର୍ବଦା ପ୍ରାଧାନ୍ୟ ଦେଇଥାନ୍ତି ବୋଲି ମଧ୍ୟ ସିଦ୍ଧାର୍ଥ କହିଛନ୍ତି ।

Leave A Reply

Your email address will not be published.