Latest Odisha News

ଆଜିଠୁ ମହାପଞ୍ଚୁକ ବ୍ରତ : ବଡ ଏକାଦଶୀରେ ଶ୍ରୀବିଗ୍ରହଙ୍କ ଲକ୍ଷ୍ମୀନାରାୟଣ ବେଶ

ପୁରୀ :  ଆଜିଠୁ ଆରମ୍ଭ ହେଲା ମହାପଞ୍ଚୁକ ବ୍ରତ। ଏଥିଲାଗି ଚଳଚଞ୍ଚଳ ହୋଇପଡିଛି ଶ୍ରୀକ୍ଷେତ୍ର । ଆଜି ବଡ ଏକାଦଶୀରେ ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀବିଗ୍ରହ । ମହାପ୍ରଭୂଙ୍କର ଅବକାଶ ନୀତି ପରେ ଠାକୁରଙ୍କୁ ସୁନା ବେଶରେ ସଜ୍ଜିତ କରାଯାଇଛି । ସେହିଭଳି ଦ୍ୱାଦଶରେ ବାଙ୍କଚୁଡା ବେଶ, ତ୍ରୟୋଦଶୀରେ ତ୍ରିବିକ୍ରମ ବେଶ, ଚତୁର୍ଦ୍ଦଶୀରେ ଲକ୍ଷ୍ମୀନୃସିଂହ ବେଶରେ ସଜ୍ଜିତ କରାଯିବ ।

ଆଜି ସକାଳୁ ମହାପ୍ରଭୂଙ୍କୁ ଦର୍ଶନ କରିବା ଲାଗି ଲକ୍ଷାଧିକ ଭକ୍ତଙ୍କ ଭିଡ ଜମିଛି । ଶୃଙ୍ଖଳିତ ଦର୍ଶନ ଲାଗି ଚାରିଥାକିଆ ବ୍ୟବସ୍ଥା କରାଯାଇଛି । ସୁରକ୍ଷା ବ୍ୟବସ୍ଥାକୁ ପୁରା କଡାକଡି କରିଛି ପ୍ରଶାସନ । ଦିବ୍ୟାଙ୍ଗ ଓ ବୟସ୍କ ବ୍ୟକ୍ତିଙ୍କ ପାଇଁ ସ୍ୱତନ୍ତ୍ର ଲାଇନର ବ୍ୟବସ୍ଥା ରହିଛି । ମାର୍କେଟ୍ ଛକ ପର୍ଯ୍ୟନ୍ତ କାଠର ବ୍ୟାରେକେଡ କରାଯାଇଛି । ମରିଚିକୋଟ ଛକ ପର୍ଯ୍ୟନ୍ତ ଟେଣ୍ଟ ଓ ବ୍ୟାରିକେଡକୁ ସମ୍ପ୍ରସାରଣ କରାଯାଇଛି ।

Comments are closed.