Latest Odisha News

BREAKING NEWS

ପ୍ରଦେଶ କଂଗ୍ରେସର ତୁଳସୀ ଯାତ୍ରା ନେଇ ପ୍ରସ୍ତୁତି ବୈଠକ, ଡିସେମ୍ବର ୧ରେ ପୁରୀ ଯିବ ଦଳ

ଭୁବନେଶ୍ୱର: ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଆସନ୍ତା ଡିସେମ୍ବର ୧ ତାରିଖରେ ପ୍ରଦେଶ କଂଗ୍ରେସ ପକ୍ଷରୁ ପୁରୀ ଶ୍ରୀକ୍ଷେତ୍ରକୁ ତୁଳସୀ ଯାତ୍ରା ଆୟୋଜିତ ହେବ । ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବା ନିମନ୍ତେ ଆଜି (ଗୁରୁବାର) ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୁରୀ ଜିଲ୍ଲାର ସମସ୍ତ ବରିଷ୍ଠ କଂଗ୍ରେସ ନେତୃବୃନ୍ଦମାନେ ଏହି ପ୍ରସ୍ତୁତି ବୈଠକରେ ଯୋଗଦେଇଥିଲେ ।

ସୂଚନାଅନୁସାରେ, ରାଜ୍ୟ ସରକାର ଆଜି ୩ ବର୍ଷ ଅଧିକ ସମୟ ଧରି ଶ୍ରୀମନ୍ଦିରର ଚାରି ଦ୍ୱାରକୁ କିଛି କାରଣ ନଥାଇ ବନ୍ଦ କରି ରଖିଛନ୍ତି । ଏପରିକି ପବିତ୍ର କାର୍ତ୍ତିକ ମାସରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ସତ୍ୱେ ସରକାର ଚାରୀ ଦ୍ୱାର ଖୋଲିଲେ ନାହିଁ । ପ୍ରତିଦିନ ଭକ୍ତମାନେ ଜଗାଦର୍ଶନ ନିମନ୍ତେ ଅକଥନୀୟ ଅତ୍ୟାଚର ଓ ଅତିଷ୍ଠ ଯନ୍ତ୍ରଣା ଭୋଗ କରୁଛନ୍ତି । ରାଜ୍ୟ କଂଗ୍ରେସ ୬ଟି ଦାବିକୁ ନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରିଥିଲେ । ରାଜ୍ୟ ସରକାର ଭକ୍ତ ଓ ଭଗବାନଙ୍କ ଭିତରେ କାହିଁକି ବାଡ଼ ସାଜୁଛନ୍ତି ବୋଲି ଶ୍ରୀ ପଟ୍ଟନାୟକ ବାରମ୍ବାର ପ୍ରଶ୍ନ କରିଛନ୍ତି ।

ସାରା ରାଜ୍ୟରୁ ପ୍ରତ୍ୟେକ ଗାଁ ଓ ପଂଚାୟତରୁ ମହାପ୍ରଭୁଙ୍କ ଚରଣ ଲାଗି ଜଗନ୍ନାଥ ପ୍ରେମୀ, ଭକ୍ତ, କଂଗ୍ରେସ ନେତା, କଂଗ୍ରେସ କର୍ମୀ ବହୁ ସଂଖ୍ୟାରେ ତୁଳସୀ ଧରି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ୧ ତାରିଖ ଦିନ ସକାଳ ୯ ଟା ସୁଦ୍ଧା ପଂହଚିବେ । ସକାଳ ୧୦ ଟା ୧୫ ମିନିଟ୍ ସୁଦ୍ଧା ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରୁ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ପୁରୀ ଅଭିମୁଖେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରୁ ତୁଳସୀ ଯାତ୍ରା ଆରମ୍ଭ ହେବ ।

ଆଜିର ଏହି ବୈଠକରେ ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ତଥା ପୂର୍ବତନ ବିଧାୟକ ପ୍ରସାଦ ହରିଚନ୍ଦନ, ପ୍ରଦେଶ କଂଗ୍ରେସର ଉପସଭାପତି ତଥା ପୁରୀ ପର୍ଯ୍ୟବେକ୍ଷକ ଶିବାନନ୍ଦ ରାୟ, ଜିଲ୍ଲା ସଭାପତି ଜୟୀନାରାୟଣ ପଟ୍ଟନାୟକ, ରାଜ୍ୟ କିଷାନ ସେଲ୍ ସଭାପତି ଅମୀୟ ପଟ୍ଟନାୟକ, ବିନାୟକ ଦାସ ମହାପାତ୍ର, ବିଶ୍ୱଭୂଷଣ ଦାସ, ନିରଞ୍ଜନ ରଥ, ସୁଜିତ ମହାପାତ୍ର, ଅମର ପାଇକରାୟ, ଜ୍ଞାନ ପଟ୍ଟନାୟକ, ମାନସ ଆଚାର୍ଯ୍ୟ, ସ୍ୱାଧୀନ ପଣ୍ଡା, ସୂର୍ଯ୍ୟ ମିଶ୍ର, ବିଶ୍ୱଜିତ୍ ମହାପାତ୍ର, ମିତ୍ରଭାନୁ ମହାପାତ୍ର, ଜୟଶ୍ରୀ ପାତ୍ର, ଭାସ୍କର ସେଠ, ଅକ୍ଷୟ ହରିଚନ୍ଦନ, ଦେବାଶିଷ ଦାସ ମହାପାତ୍ର ଓ ବହୁ କଂଗ୍ରେସ ନେତୃବର୍ଗ ଯୋଗଦେଇଥିଲେ ।

Comments are closed.