Latest Odisha News

BREAKING NEWS

‘ସେଲ୍ୟୁଟ ଟୁ ଆୱାର ରେସକ୍ୟୁ ଟିମ’ର ବାର୍ତ୍ତା ଦେଇ ବାଲୁକା କଳାରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

ପୁରୀ: ଉତ୍ତରକାଶୀର ଟନେଲ ରେସକ୍ୟୁ ଟିମକୁ ବାଲୁକାକଳାରେ ଶୁଭେଚ୍ଛା ଜଣାଇଲେ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ଟନେଲର ଏକ ବାଲୁକା ଚିତ୍ର ଆଙ୍କି ପୁରୀ ବେଳାଭୂମିରେ ସେଲ୍ୟୁଟ ଟୁ ଆୱାର ରେସକ୍ୟୁ ଟିମର ବାର୍ତ୍ତା ଦେଇଛନ୍ତି ସୁଦର୍ଶନ। ଉତ୍ତରକାଶୀର ଟନେଲରେ ୪୧ ଜଣ ଶ୍ରମିକ ଫସି ରହିଥିବା ବେଳେ ଦୀର୍ଘ ୧୬ ଦିନ ପରେ ଆସୁଛି ଖୁସି ଖବର। ତେଣୁ ଟନେଲ ରେସକ୍ୟୁରେ ଥିବା ସିପାହୀମାନଙ୍କୁ ଶୁଭେଛା ଜଣାଇଛନ୍ତି ସୁଦର୍ଶନ।

୪୧ ଶ୍ରମିକଙ୍କ ଭିତରେ ରହିଛନ୍ତି ୫ ଓଡ଼ିଆ। ମହାପ୍ରଭୁଙ୍କ ପାଖରେ ୫ ଓଡ଼ିଆଙ୍କ ସମେତ ସମସ୍ତ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ପ୍ରାର୍ଥନା କରିଛନ୍ତି ସୁଦର୍ଶନ। ସୂଚନାଥାଉକି, ଟନେଲରୁ ୪୧ ଶ୍ରମିକଙ୍କୁ ଉଦ୍ଧାର ପାଇଁ ସାରା ରାତି କାର୍ଯ୍ୟ ଚାଲିଛି। ଗତ ୨୪ ଘଣ୍ଟାରେ ୧୦ ମିଟର ଖୋଳାଯାଇଛି ବୋଲି କହିଛନ୍ତି ଏନ୍‌ଡିଏମ୍‌ଏ ସଦସ୍ୟ ସୟଦ ଅତା ହୁସନେନ୍‌। ୫୮ ମିଟର ଖୋଳା ସରିଛି, ଆଉ ମାତ୍ର ଦୁଇ ମିଟର ବାକି ଅଛି। ୪୦୦ ଘଣ୍ଟା ଧରି ଅପରେସନ୍‌ ଜାରି ରହିଛି।

ଆଉ କିଛି କ୍ଷଣ ପରେ ଟନେଲରୁ ବାହାରିବେ ୪୧ ଜଣ ଶ୍ରମିକ। ରେସ୍କ୍ୟୁ ହେବା ପରେ ସମସ୍ତ ଶ୍ରମିକଙ୍କୁ ପ୍ରଥମେ ସେହି ଟନେଲ ମଧ୍ୟରେ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯିବା ପରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବ। ଟନେଲ ମଧ୍ୟରେ ଉପସ୍ଥିତ ଅଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି। ଟନେଲ ବାହାରେ ଶ୍ରମିକଙ୍କ ପରିବାର ଉପସ୍ଥିତ ଅଛନ୍ତି।

Comments are closed.