Latest Odisha News

ଆଜି ସରିବ ଲେଜର ସ୍କାନିଂ: ଦ୍ବିତୀୟ ଦିନରେ ବାହାର ପାର୍ଶ୍ବ କାନ୍ଥର କରାଯାଉଛି ଅନୁଧ୍ୟାନ

ପୁରୀ : ଆଜି ଶେଷ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଲେଜର ସ୍କାନିଂ । ଆଜି ଦ୍ବିତୀୟ ଦିନରେ ଅମୁହାଁ ମନ୍ଦିର ବାହାର ପାର୍ଶ୍ଵ କାନ୍ଥର ଉତ୍ତର ଭାଗରେ ଲେଜର ସ୍କାନିଂ କରାଯାଉଛି । ଆଜି ବାହାର ରତ୍ନ ଭଣ୍ଡାରର ଲେଜର ସ୍କାନିଂ ସମ୍ପର୍ଣ୍ଣ ହେବ  । ବିଭିନ୍ନ ଦିଗକୁ ନଜର ରେ ରଖି ରିପୋର୍ଟ କରାଯିବ ।  ରିପୋର୍ଟ ଆସିବା ପରେ ଶ୍ରୀ ମନ୍ଦିର ପ୍ରଶାସନ କୁ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି ଏଏସଆଇ ସୁପରିଟେଣ୍ଡେଣ୍ଟ ଓଡିଶା ମୁଖ୍ୟ ଜି.ବି ଗଡନାୟକ ।

ତେବେ ପ୍ରଥମ ଦିନରେ ରତ୍ନଭଣ୍ଡାର ବାହର କାନ୍ଥର ଲେଜର୍ ସ୍କାନିଂ ପ୍ରକ୍ରିୟା ଶେଷ ହେବା ପରେ ଅମୁହାଁ ଦେଉଳର ଉତ୍ତର ପଶ୍ଚିମ ଓ ଉତ୍ତର ପୂର୍ବର ୩୭ଟି ପଏଣ୍ଟରେ ଲେଜର୍ ସ୍କାନିଂ ଡକ୍ୟୁମେଣ୍ଟେସନ୍ ଶେଷ ହୋଇଥିଲା । ଆଜି ରତ୍ନଭଣ୍ଡାର ବାହାର କାନ୍ଥର ଲେଜର୍ ସ୍କାନିଂ ପ୍ରକ୍ରିୟା ଶେଷ ହେବ ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି  ।

କେତେ ଜାଗାରେ ଫାଟ ରହିଛି, ଏହା କେଉଁ ଅବସ୍ଥାରେ ରହିଛି, ସବୁର ଟିକିନିକି ଯାଂଚ କରାଯାଉଛି ।ଏଥିଲାଗି ପୁରୀରେ ୭ ଜଣିଆ ଶ୍ରୀମନ୍ଦିର ବୈଷୟିକ କୋର କମିଟି ସଦସ୍ଯ, ପରିଚାଳନା କମିଟି ସଦସ୍ଯ ଓ ଏଏସଆର ୧୫ଜଣିଆ ଟିମ୍  ଲେଜର ସ୍କାନିଂ ସମୟରେ ଉପସ୍ଥିତ ରହିଛନ୍ତି । ଗତକାଲି ପ୍ରଥମ ଦିନରେ ରତ୍ନଭଣ୍ଡାରର ଘଣ୍ଟିଦ୍ୱାର ଓ ନାଭିକଟା ମଣ୍ଡପର ମଝି ଅଂଶରେ ତିନୋଟି ସ୍ଥାନରେ ଲେଜର ସ୍କାନ କରାଯାଇଥିଲା । ୧୫ ଦିନର ସମୟ ମଧ୍ୟରେ ରତ୍ନଭଣ୍ଡାର ସ୍ଥିତି ସମ୍ପର୍କରେ ରିପୋର୍ଟ ଦେବ ଏ ଏସ ଆଇ  ।

Comments are closed.