Latest Odisha News

ବିବାହ ସମୟରେ ମିଳିଥିବା ଯୌତୁକ ଦେଖି ଲୋକେ ଆଶ୍ଚର୍ଯ୍ୟ

ବିବାହ ସମୟରେ କନ୍ୟା ଘର ପକ୍ଷରୁ ବର ଘରକୁ ଯୌତୁକ ଦେବା ପରମ୍ପରା ଦୀର୍ଘ ଦିନ ଧରି ଚାଲିଆସୁଛି । ଆଜି ବି ଲୋକମାନେ ଏହି ପରମ୍ପରାକୁ ଜାବୁଡ଼ି ଧରିଛନ୍ତିି । ପୁଅ ଘରର ଦାବି ମୁତାବକ ଯୌତୁକ ଦେବାକୁ ଚେଷ୍ଟା କରନ୍ତିି କନ୍ୟା ଘର ଲୋକେ । ଲୋକେ ଯେତେ ସଚେତନ ହେଲେ ବି ଏବେ ବି ଏହି ପରମ୍ପରାକୁ ମାନି ଆସୁଛନ୍ତି । ନିକଟରେ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଏକ କନ୍ୟା ଘର ଲୋକେ ପୁଅ ଘରକୁ ଦେଇଥିବା ଯୌତୁକ ସାମଗ୍ରୀ ଦେଖିବାକୁ ମିଳିଛି ।

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, କନ୍ୟାଙ୍କ ପରିବାର ବରକୁ ଉପହାର ସ୍ୱରୂପ ଅନେକ ଜିନିଷ ଦେଇଛନ୍ତି । ଏଥିରେ ଏକ ଏସୟୁଭି କାର, ବିଭିନ୍ନ ପ୍ରକାରର ବାସନକୁସନ, ରେଫ୍ରିଜରେଟର, ଏସି, ୱାଶିଂ ମେସିନ, କପ ବୋର୍ଡ, ବେଡ ଏବଂ ସୋଫା ଆଦି ସହିତ ଆହୁରି ଅନେକ ଜିନିଷ ରହିଛି । ଏହି ଭିଡିଓ ଦେଖି ଲୋକେ ଆଶ୍ଚର୍ଯ୍ୟ ହେବା ସହ ଭିନ୍ନ ଭିନ୍ନ ମତ ରଖିଛନ୍ତି । ଏହା ଯୌତୁକ ସାମଗ୍ରୀ ନା ବଜାରରେ ଜିନିଷପତ୍ର ବିକ୍ରି ପାଇଁ ରଖାଯାଇଛି ବୋଲି ଅନେକ କହିଛନ୍ତି ।

Comments are closed.