ଭୁବନେଶ୍ବର: ଶରୀରରେ ‘ଖରାପ’ କୋଲେଷ୍ଟେରଲ୍ ବୃଦ୍ଧି ପାଇବା ଅର୍ଥ ହେଉଛି ଧମନୀରେ ବକ୍ଲେଜ ଯୋଗୁଁ ହାର୍ଟ ଦୁର୍ବଳ ହୋଇଯିବା। ଆପଣ ଜାଣନ୍ତି କି କେବଳ ଖରାପ କୋଲେଷ୍ଟେରଲ୍ ହିଁ ହାର୍ଟ ଦୁର୍ବଳ କରେ ନାହିଁ? ଗୋରଖପୁରସ୍ଥିତ ରିଜେନ୍ସି ହସ୍ପିଟାଲର କନ୍ସଲ୍ଟାଣ୍ଟ କାର୍ଡିଓଲୋଜିଷ୍ଟ ଡାକ୍ତର ପ୍ରିୟଙ୍କା ସିଂହ କହିଛନ୍ତି ଖରାପ କୋଲେଷ୍ଟେରଲ୍ ବ୍ୟତୀତ ଅନ୍ୟ କେଉଁ କାରଣଗୁଡ଼ିକ ହୃଦୟକୁ ଦୁର୍ବଳ କରିପାରେ।
ଖରାପ କୋଲେଷ୍ଟେରଲ୍ ବ୍ୟତୀତ, ଅନ୍ୟ କେଉଁ କାରଣଗୁଡ଼ିକ ହୃଦ୍ଘାତର କାରଣ ହୋଇପାରେ?
ରକ୍ତଚାପ – ଉଚ୍ଚ ରକ୍ତଚାପ ହୃଦୟକୁ ଦୁର୍ବଳ କରିବାରେ ଏକ ପ୍ରମୁଖ କାରଣ ଅଟେ। ଦୀର୍ଘ ସମୟ ଧରି ଉଚ୍ଚ ରକ୍ତଚାପ ରହିବା ଫଳରେ ଧମନୀଗୁଡ଼ିକ ଉପରେ କ୍ରମାଗତ ଚାପ ପଡ଼ିଥାଏ, ଯାହା ହୃଦୟକୁ ଅଧିକ ପରିଶ୍ରମ କରିବାକୁ ପଡେ । ତେଣୁ ହୃଦୟ ସ୍ବାସ୍ଥ୍ୟ ପାଇଁ ନିୟମିତ ଭାବେ ରକ୍ତଚାପ ଯାଞ୍ଚ କରିବା ଏବଂ ଏହାକୁ ନିୟନ୍ତ୍ରଣରେ ରଖିବା ଅତ୍ୟନ୍ତ ଆବଶ୍ୟକ।
ରକ୍ତ ଶର୍କରା -ମଧୁମେହ କିମ୍ବା ସୀମାରେଖା ସ୍ତରର ରକ୍ତ ଶର୍କରା (ବର୍ଡରଲାଇନ୍ ବ୍ଲଡ୍ ସୁଗାର୍) ଥିବା କ୍ଷେତ୍ରରେ ହୃଦ୍ଘାତର ଆଶଙ୍କା ଅନେକ ଗୁଣ ବୃଦ୍ଧି ପାଇଥାଏ।
। ଗ୍ଲୁକୋଜ ସ୍ତର ବୃଦ୍ଧି ରକ୍ତବାହୀ ନଳୀଗୁଡ଼ିକୁ ଦୁର୍ବଳ କରିପାରେ। ତେଣୁ କେବଳ କୋଲେଷ୍ଟ୍ରଲ ଉପରେ ଧ୍ୟାନ ଦେବା ଅପେକ୍ଷା ରକ୍ତ ଶର୍କରା ସ୍ତର ଉପରେ ନଜର ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ନିଦ୍ରାହୀନତା -ଅପର୍ଯ୍ୟାପ୍ତ ନିଦ୍ରା କିମ୍ବା ଖରାପ ନିଦ୍ରା ଅଭ୍ୟାସ ଯୋଗୁଁ ଶରୀରରେ ଚାପ ସୃଷ୍ଟିକାରୀ ହରମୋନ୍ର ମାତ୍ରା ବୃଦ୍ଧି ପାଇଥାଏ ଏବଂ ଏହା ରକ୍ତଚାପ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ପ୍ରତିଦିନ ୭ ରୁ ୮ ଘଣ୍ଟା ଗଭୀର ଓ ଉତ୍ତମ ମାନର ନିଦ୍ରା ପାଇବା ହେଉଛି ହୃଦୟକୁ ରିଚାର୍ଜ କରିବା ଏବଂ ଏହାକୁ ସୁସ୍ଥ ରଖିବାର ଏକ ନିଶ୍ଚିତ ଉପାୟ।
ନିଷ୍କ୍ରିୟ ଜୀବନଶୈଳୀ – ଏକ ନିଷ୍କ୍ରିୟ ଜୀବନଶୈଳୀ ହାର୍ଟର ମାଂସପେଶୀକୁ ଦୁର୍ବଳ କରିପାରେ। ନିୟମିତ ବ୍ୟାୟାମ, ଯୋଗ କିମ୍ବା ଦ୍ରୁତ ଗତିରେ ଚାଲିବାର ଅଭାବ ଯୋଗୁଁ ଶରୀରରେ କ୍ୟାଲୋରୀ ଓ ଚର୍ବି ଜମା ହୋଇଥାଏ, ଯାହା ମେଦବହୁଳତା ଏବଂ ହୃଦ୍ରୋଗର କାରଣ ହୋଇଥାଏ।
ତମାଖୁ ଏବଂ ସିଗାରେଟ୍- ହାର୍ଟ ସ୍ୱାସ୍ଥ୍ୟ ପାଇଁ ତମାଖୁ କିମ୍ବା ସିଗାରେଟ୍ ସେବନ ହେଉଛି ଅନ୍ୟତମ ବଡ ଓ ସବୁଠାରୁ ମାରାତ୍ମକ ବିପଦ। ଏଥିରେ ଥିବା କ୍ଷତିକାରକ ରାସାୟନିକ ପଦାର୍ଥଗୁଡ଼ିକ ରକ୍ତନଳୀକୁ ସଂକୁଚିତ କରିଥାଏ ଏବଂ ହାର୍ଟକୁ ଅମ୍ଳଜାନ ଯୋଗାଣରେ ବାଧା ସୃଷ୍ଟି କରେ। ତେଣୁ, ହାର୍ଟକୁ ସୁରକ୍ଷିତ ରଖିବା ପାଇଁ ତମାଖୁଜାତ ଦ୍ରବ୍ୟଠାରୁ ସମ୍ପୂର୍ଣ୍ଣ ଦୂରେଇ ରହିବା ହେଉଛି ସବୁଠାରୁ ଜରୁରୀ ପଦକ୍ଷେପ।

