Latest Odisha News

BREAKING NEWS

ଗୋଟିଏ ଦିନରେ ଆଜି ୫ ଭାରତୀୟ କ୍ରିକେଟରଙ୍କ ଜନ୍ମଦିନ

ମୁମ୍ବାଇ: ଆଜି ଭାରତୀୟ କ୍ରିକେଟ୍ ଟିମ ପାଇଁ ଏକ ସ୍ବତନ୍ତ୍ର ଦିନ ଅଟେ । ଆଜି ଗୋଟିଏ ଦିନରେ ୫ ଜଣ ଖେଳାଳୀଙ୍କ ଜନ୍ମଦିନ  । ଏଥିମଧ୍ୟରୁ ଜଣେ ଖେଳାଳୀ ଦୀର୍ଘଦିନ ଧରି ଟିମରୁ ବାହାରେ ରହିଛନ୍ତି  । ତ ଆଉ ଜଣେ ରିଟାର୍ରମେଣ୍ଟ ନେଇସାରିଛନ୍ତି । ଏହି ୫ ଖେଳାଳୀଙ୍କ ମଧ୍ୟରେ ରହିଛନ୍ତି ଯଶପ୍ରୀତ୍ ବୁମରା , ଶ୍ରେୟସ୍ ଆୟାର୍ , ରବିନ୍ଦ୍ର ଜାଡେଜା , କରୁଣ ନାୟର ଏବଂ ଆରପି ସିଂ ।  ଟିମ ଇଣ୍ଡିଆର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଆଜି ତାଙ୍କର ୩୫ତମ ଜନ୍ମଦିନ ପାଳନ କରୁଛନ୍ତି ।

୧୯୮୮ ମସିହା ଆଜିର ଦିନରେ ସୌରାଷ୍ଟ୍ରର ଏକ ଛୋଟିଆ ଗାଁରେ ଜାଡେଜାଙ୍କ ଜନ୍ମ  । ୨୦୦୯ ମସିହାରେ ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ୍ ଖେଳି ତାଙ୍କର ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟର ଆରମ୍ଭ କରିଥିଲେ । ୨୦୦୫ ମସିହାରେ ଜାଡେଜା ତାଙ୍କ ମାଆ ଲତାବେନଙ୍କୁ ହରାଇଥିଲେ । ଏହାପରେ ସେ କ୍ରିକେଟ୍ ଛାଡିବାକୁ ନିଷ୍ପତ୍ତି ନେଇଥିଲେ  । ହେଲେ ଏତିକିବେଳେ ତାଙ୍କ ପରିବାର ଲୋକ ତାଙ୍କ ସାହସ ଦେଇଥିଲେ ।  ଏହାପରେ ଆସୁଛି ଯଶପ୍ରୀତ୍ ବୁମରାଙ୍କ ନାଁ  । ଆଜି ୩୦ ବର୍ଷରେ ପାଦ ଥାପିଛନ୍ତି ବୁମରା ।

୧୯୯୩ ମସିହା ଡିସେମ୍ବର ୬ ତାରିଖ ଅର୍ଥାତ୍ ଆଜିର ଦିନରେ ଅହମ୍ମଦାବାଦରେ ଜନ୍ମଗ୍ରହଣ କରିଥିଲେ ବୁମରା । ବର୍ତ୍ତମାନ୍ ପର୍ଯ୍ୟନ୍ତ ସେ ଭାରତ ପାଇଁ ୩୦ଟି ଟେଷ୍ଟ, ୮୯ଟି ଓଡିଆଇ, ୬୨ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି । ୨୦୧୯ ସେପ୍ଟେମ୍ବରରେ ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟରେ ହାଟ୍ରିକ୍ ସ୍କୋର୍ କରିଥିଲେ । ଜସପ୍ରୀତ୍ ବୁମ୍ରାଙ୍କର  କ୍ରିକେଟର ହେବା ପଛର କାହାଣୀ ଥିଲା ଅତ୍ୟନ୍ତ ସଂଘର୍ଷମୟ ।  ସେହିପରି ଆଉ ଜଣେ ବ୍ୟାଟ୍ସମ୍ୟାନ୍ ହେଉଛନ୍ତି ଶ୍ରେୟସ୍ ଆୟର  । ଆଜି ସେ ୨୯ ବର୍ଷରେ ପାଦ ଥାପିଛନ୍ତି  ।

ବର୍ତ୍ତମାନ ପର୍ଯ୍ୟନ୍ତ ସେ ଭାରତ ପାଇଁ ୧୦ଟି ଟେଷ୍ଟ, ୫୮ଟି ଓଡିଆଇ , ୫୧ଟି ଟି-୨୦ ଖେଳି ସାରିଛନ୍ତି । ଶ୍ରେୟସ୍ ଏକ ସାକ୍ଷାତକାରରେ କହିଥିଲେ ତାଙ୍କୁ ଯେତେବେଳେ ୧୦ ବର୍ଷ ହୋଇଥିଲା  । ସେତେବେଳେ ସିନିୟର ପିଲାମାନେ ତାଙ୍କୁ ଖେଳିବାର ସୁଯୋଗ ଦେଉନଥିଲେ  । କିନ୍ତୁ ଯେତେବେଳେ ବି ସେ ଖେଳୁଥିଲେ , ଫିଲ୍ଡିଂ କରୁଥିଲେ ।  ସେହିପରି କରୁଣ ନାୟର ହେଉଛନ୍ତି କର୍ଣ୍ଣାଟକର  । ହେଲେ ରାଜସ୍ଥାନର ଯୋଧପୁରରେ ତାଙ୍କର ଜନ୍ମ ହୋଇଥିଲା । ୩୨ ବର୍ଷୀୟ କରୁଣ ଟେଷ୍ଟ କ୍ରିକେଟରେ ବିରେନ୍ଦ୍ର ସେହଓ୍ବାଗଙ୍କ ପରେ ସେ ହେଉଛନ୍ତି ଦ୍ବିତୀୟ ଭାରତୀୟ କ୍ରିକେଟର  ।

୨୦୧୭ ମସିହାରୁ ସେ କ୍ରିକେଟ ଜଗତରୁ ଦୂରରେ ରହିଛନ୍ତି ।  ରାୟବରେଲିରେ ଜନ୍ମଗ୍ରହଣ କରିଥିବା ଆରପି ସିଂ ଆଜି ୩୮ ବର୍ଷରେ ପାଦ ଥାପିଛନ୍ତି । ୨୦୦୭ ମସିହାରେ ପ୍ରଥମ ଟି-୨୦ ବିଶ୍ବକପରେ ଭାରତ ଚାମ୍ପିୟନ ହେବାରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ  । କ୍ରିକେଟରୁ ଅବସର ନେବା ପରେ ସେ କମେଣ୍ଟ୍ରି କରି ଅନେକ ସୁନାମ ଅର୍ଜନ କରିଛନ୍ତି ।

Comments are closed.