Latest Odisha News

BREAKING NEWS

ସୁଦୃଶ୍ୟ ଲଘୁଚାପରେ ପରିଣତ ହେଲା ବାତ୍ୟା: କୋହଲା ପାଗକୁ ଲାଗି ରହିଛି ବର୍ଷା

ଭୁବନେଶ୍ୱର: ଦୁର୍ବଳ ହୋଇଛି ବାତ୍ୟା ମିଗଜୋମ । ଏବେ ଉତ୍ତରପୂର୍ବ ତେଲେଙ୍ଗାନା ଅଞ୍ଚଳରେ ସକ୍ରିୟ ଅବପାତ ଦୁର୍ବଳ ହୋଇ ଏବେ ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି । ଆଜି ସକାଳ ୮.୩୦ରେ ଉତ୍ତର-ପୂର୍ବ ତେଲେଙ୍ଗାନା ପାଶ୍ୱବର୍ତ୍ତୀ ଦକ୍ଷିଣ ଛତିଶଗଡ-ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ଓ ତତସଲଂଗ୍ନ ଆନ୍ଧ୍ର ଉପକୂଳ ଅଞ୍ଚଳରେ ସକ୍ରିୟ ଅବପାତ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରି ଆହୁରି ଦୁର୍ବଳ ହୋଇ ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି । ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏହା ଆହୁରି ଦୁର୍ବଳ ହୋଇ ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରି ଲଘୁଚାପରେ ପରିଣତ ହେବ।

BjdElectrycity

ବାତ୍ୟା ମିଗଜୋମ ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇ ଯାଇଛି । କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । ପଟାଙ୍ଗିରେ ସର୍ବାଧିକ ୧୧ ମିମି ବର୍ଷା ହେବା ସହ ସେମିଳିଗୁଡାରେ ୯, କୋରାପୁଟରେ ୭, ନନ୍ଦପୁରରେ ୫ ମିମି ବର୍ଷା ହୋଇଛି ।

ଆସନ୍ତାକାଲି ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲା ଏବଂ ଅନ୍ୟ କେତେକ ଜିଲ୍ଲାରେ ହାଲୁକା ବା ମଧ୍ୟମ ଧରଣର ବର୍ଷା ହୋଇପାରେ । ଡିସେମ୍ବର ସକାଳ ସାଢେ ୮ଟାଯାଏ  କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡା ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା (୭ରୁ ୧୧ ମିମି) ହେବାର ସମ୍ଭାବନା ରହିଛି । ଏହି ସମୟ ପାଇଁ ଏଠାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।  ଏହାପରଠାରୁ ରାଜ୍ୟରେ ପାଗ ବଦଳିବାର ସମ୍ଭାବନା ରହିଛି ।

ତେବେ ବାତ୍ୟା ଯୋଗୁ ଅମଳ ଉପଯୋଗୀ ଫସଲ ଏବଂ ପନିପରିବା ପ୍ରଭାବିତ ହେବା ଆଶଙ୍କା ରହିଛି ।

Leave A Reply

Your email address will not be published.