Latest Odisha News

BREAKING NEWS

୩୦ କୋଟି ସମ୍ପତ୍ତିର ମାଲିକ ରେବନ୍ତ ରେଡ୍ଡି: ତାଙ୍କ ବିରୋଧରେ ରହିଛି ୮୯ ଅପରାଧିକ ମାମଲା

ହାଇଦ୍ରାବାଦ:ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡି । ତେଲେଙ୍ଗାନାର ୧୧୯ରୁ ୬୪ଆସନ ହାତେଇ କଂଗ୍ରେସ ଏଠାରେ ସରକାର ଗଢିବାକୁ ଯାଉଛି । ଗତ ନିର୍ବାଚନରେ ୮୮ ଆସନ ହାତେଇ ଭାରତ ରାଷ୍ଟ୍ର ସମିତି  ଏଠାରେ ସରକାର ଗଢିଥିଲା । ହେଲେ ଏଥର ମାତ୍ର ୩୯ ଆସନରେ ସନ୍ତୁଷ୍ଟ ହୋଇଛି ବିଆରଏସ । ତା ସହିତ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ କେସିଆରଙ୍କର ସେମିତି ସ୍ୱପ୍ନ ହୋଇ ରହି ଯାଇଛି ।

ଏଥର ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ ପାଇବ ରେବନ୍ତ ରେଡ୍ଡିଙ୍କୁ । ଅନୁମୁଲ ରେବନ୍ତ ରେଡ୍ଡି । କାମରେଡ୍ଡି ଏବଂ କୋଡଙ୍ଗଲ ନିର୍ବାଚନ କ୍ଷେତ୍ରରୁ ସେ ଲଢିଥିଲେ । ହେଲେ କୋଡଙ୍ଗଲ ଆସନରୁ ଆସନରୁ ଜିତିଥିଲେ ରେବନ୍ତ । କିନ୍ତୁ କାମରେଡ୍ଡି ଆସନରୁ ହାରି ଯାଇଥିଲେ । ଏହି ଆସନରୁ ଛିଡା ହୋଇଥିଲେ  କଂଗ୍ରେସର ମୁ୍ଖ୍ୟମନ୍ତ୍ରୀ ପ୍ରାର୍ଥୀ ଏବଂ ଦୁଇଦୁଇର ମୁଖ୍ୟମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କେ.ଚନ୍ଦ୍ରଶେଖର ରାଓ । ହେଲେ ଉଭୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ହରାଇ ଜିତିଥିଲେ ବିଜେପିର ଭେଙ୍କଟ ରମନ ରେଡ୍ଡି ।

ଯାହା ବି ହେଉ, ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡି ୨୦୧୭ରେ କଂଗ୍ରେସରେ ସାମିଲ ହୋଇଥିଲେ । ଏହି ନିର୍ବାଚନର ସବୁ ଶ୍ରେୟ ରେବନ୍ତ ରେଡ୍ଡିଙ୍କୁ ଦେଇଛି ଦଳ । ୧୭ ବର୍ଷର ନିଜ କ୍ୟାରିଅରରେ ସେ ଜିଲ୍ଲା ପରିଷଦ ସଦସ୍ୟ, ବିଧାୟକ ଏବଂ ସାସଂଦ ହେବା ପରେ ଏବେ ରେବନ୍ତ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ।

ରେବନ୍ତ ରେଡି ୩୦ କୋଟି ଟଙ୍କାର ମାଲିକ । ତାଙ୍କର ଇନକମ ଟାକ୍ସ ରିଟର୍ଣ୍ଣ ଅନୁସାରେ, ରେବନ୍ତ ରେଡ୍ଡିଙ୍କ ପାଖରେ ୨୦୨୨-୨୩ ଆର୍ଥିକ ବର୍ଷରେ ୧୩, ୭୬,୭୦୦ ଟଙ୍କା ଉପାର୍ଜନ କରିଥିଲେ । ୨୦୨୧-୨୦୨୨ରେ ତାଙ୍କର ରୋଜଗାର ୧୪, ୩୧, ୫୮୦ । ତାଙ୍କର ପତ୍ନୀ ଗୀତାଙ୍କ ନାମରେ ଗାଡି, ଶେୟର, ବଣ୍ଡସ, କ୍ୟାସ, ବ୍ୟାଙ୍କ ବାଲାନ୍ସ  ଏବଂ ଗହଣକୁ ମିଶାଇ ଅଚଳାଚଳ ସମ୍ପତ୍ତିର ମାଲିକ । ରେବନ୍ତ ରେଡ୍ଡିଙ୍କ ନାମରେ ୨,୧୮, ୯୩, ୩୪୩ ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି  ଏବଂ ପତ୍ନୀ ଗୀତା ରେଡ୍ଡିଙ୍କ ନାମରେ ୨, ୯୨, ୬୮, ୦୦୯ କୋଟି ଟଙ୍କାର ସମ୍ପତ୍ତି ରହିଛି ।

ସେହିପରି ରେବନ୍ତଙ୍କ ପାଖରେ ୮, ୬୨, ୩୩, ୫୬୭ ଅସ୍ଥାବର ସମ୍ପତ୍ତି ଥିବାବେଳେ ଗୀତାଙ୍କ ପାଖରେ ୧୫, ୦୨, ୬୭, ୨୨୫ ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି । ଅସ୍ଥାବର ସମ୍ପତ୍ତିରେ ଜମି, କୃଷି ଏବଂ ଘର ଆଦି ରହିଛି । ତେବେ ଏହି କୋଟିପତି ମୁଖ୍ୟମନ୍ତ୍ରୀଙ୍କ ନାଁରେ ରହିଛି ୮୯ଟି ଅପରାଧିକ ମାମଲା ।

Comments are closed.