Latest Odisha News

ପୃଥିବୀକୁ ଉତାପରୁ ବଂଚାଇବା ପାଇଁ ଉଦ୍ୟମ ଆରମ୍ଭ

ନୂଆଦିଲ୍ଲୀ: ମନୁଷ୍ୟର ଭୁଲ ଯୋଗୁ ପୃଥିବୀ ଧିରେ ଧିରେ ଉତପ୍ତମୟ ହୋଇ ଉଠୁଛି । ତାପମାତ୍ରା ଓ ଜଳବାୟୁ ଉପରେ ଅଙ୍କୁଶ ଲଗାଇବାରେ ଏ ପର୍ଯ୍ୟନ୍ତ ବୈଜ୍ଞାନିକମାନେ ବିଫଳ ହୋଇଛନ୍ତି । ତେବେ ତାପମାତ୍ରା ଉପରେ କାବୁ ପାଇବା ପାଇଁ ସେମାନେ ଉଦ୍ୟମ ଆରମ୍ଭ କରି ଦେଇଛନ୍ତି । ଏଥିପାଇଁ ସୂର୍ଯ୍ୟଙ୍କ ତାପମାତ୍ରା କିପରି କମ ହେବ ସେ ନେଇ ଚେଷ୍ଟା ଚଳାଇଛନ୍ତି । ୨୦୨୨ରେ ପୃଥିବୀର ତାପମାତ୍ରା ୧.୨୬ ଡିଗ୍ରୀ ସେଲସିୟସ ଥିଲା । ୨୦୩୦ ସୁଦ୍ଧା ଏହା ୧.୫ରେ ପଂହଚିଯିବ ବୋଲି ବୈଜ୍ଞାନିକମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି । ୧୮୧୫ ଓ ୧୯୨୧ରେ ଇଣ୍ଡୋନେସିଆ ଏବଂ ଫିଲପାଇନ୍ସରେ ବଡ ଧରଣର ଜ୍ୱାଳାମୂଖୀ ବିସ୍ଫୋଟ ହୋଇଥିଲା । ଏହା ନିୟନ୍ତ୍ରଣକୁ ଆସିବା ପରେ ସମ୍ପୂର୍ଣ୍ଣ ଅଂଚଳଗୁଡିକରେ କମ ତାପମାତ୍ରା ଦୀର୍ଘ ଦିନ ଧରି ପରିଲକ୍ଷିତ ହୋଇଥିଲା ।

ଜ୍ୱାଳାମୂଖୀ ବିସ୍ଫୋଟ ହେବା ପରେ ବାୟୂମଣ୍ଡଳରେ ଏକ ପରତ ବସି ଯାଇଥିଲା । ଯାହା ଫଳରେ ସୂର୍ଯ୍ୟକିରଣ ପୃଥିବୀ ପୃଷ୍ଠରେ ପଂହଚିବା ପୂର୍ବରୁ ଅପେକ୍ଷାକୃତ ଥଣ୍ଡା ରହିଥିଲା । ଏହି ଘଟଣାରୁ ବୈଜ୍ଞାନିକମାନେ ଶିକ୍ଷା ପାଇ କୃତ୍ରିମ ଶୈଳୀରେ ବାୟୂମଣ୍ଡଳରେ ଏକ ଆବରଣ ବା ପରତ ସୃଷ୍ଟି କରିବା ପାଇଁ ଚେଷ୍ଟା ଚଳାଇଛନ୍ତି । ବିମାନଗୁଡିକୁ ବହୁତ ଉପରକୁ ନିଆଯାଇ ଏହା ମାଧ୍ୟମରେ ସ୍ୱତନ୍ତ୍ର ଭାବେ ନିର୍ମିତ ପଦାର୍ଥ ଛାଡିବେ । ଯାହା ବାୟୂମଣ୍ଡଳରେ ମିଶିଯାଇ ସୂର୍ଯ୍ୟଙ୍କ ତାପମାତ୍ରା କମ କରିବ । ଏହା ଦ୍ୱାରା ନିଶ୍ଚିତ ଭାବେ ସକାରାତ୍ମକ ପ୍ରଭାବ ମିିଳିବ ବୋଲି ସେମାନେ ଆଶା ବ୍ୟକ୍ତ କରିଛନ୍ତି ।

Comments are closed.