Latest Odisha News

ନିଆରା ଢଙ୍ଗରେ ପ୍ରତିବାଦ: ସ୍କୁଲ ନିଯୁକ୍ତିରେ ଦୁର୍ନୀତିକୁ ବିରୋଧ କରି ଲଣ୍ଡା ହେଲେ ମହିଳା

କୋଲକାତା : ମହିଳାଙ୍କ ନିଆରା ଢଙ୍ଗରେ ପ୍ରତିବାଦ । ସର୍ବସାଧାରଣ ସ୍ଥାନରେ କାନ୍ଦି କାନ୍ଦି ନିଜ ମୁଣ୍ଡର କେଶ କାଟି ଲଣ୍ଡା ହୋଇଛନ୍ତି । ପଶ୍ଚିମବଙ୍ଗରେ ସ୍କୁଲ ନିଯୁକ୍ତିରେ ହୋଇଥିବା ବହୁ କୋଟି ଦୁର୍ନୀତିକୁ ବିରୋଧ କରି ଜଣେ ଯୋଗ୍ୟ ମହିଳା ପ୍ରାର୍ଥୀନୀ ଏହି ନିଆରା ଉପାୟ ଅବଲମ୍ବନ କରିଛନ୍ତି । ଶନିବାର ଅପରାହ୍ନରେ ଜଣେ ମହିଳା ଏନେଇ କୋଲକାତା ସେଣ୍ଟ୍ରାଲ ରାଜରାସ୍ତାରେ ଲଣ୍ଡା ହୋଇଛନ୍ତି । ୧୦୦ ଦିନର ଗତିବିଧି ସମାପ୍ତ ହେବାପରେ ମହିଳା ଏହି କଠୋର ପଦକ୍ଷେପ ନେଇଛନ୍ତି । ଗତ ୧୦୦ ଦିନ ଧରି ମହିଳା ଜଣକ ହଜାର ହଜାର ଯୋଗ୍ୟ ପ୍ରାର୍ଥୀଙ୍କୁ ଟଙ୍କା ବଦଳରେ ବିଦ୍ୟାଳୟରେ ଚାକିରୀ ଦିଆଯାଇଥିବାକୁ ବିରୋଧ କରିଥିଲେ । ଆଜି ଏହି ଆନ୍ଦୋଳନ ୧୦୦ଦିନ ଶେଷ ହୋଇଥିଲା । ଏହି ଅବସରରେ ବିରୋଧ ପ୍ରଦର୍ଶନ କରୁଥିବା ମହିଳା କୋଲକାତା ସେଣ୍ଟ୍ରାଲର ଏସପ୍ଲାନେଡ କ୍ରସିଂରେ ସର୍ବସାଧାରଣରେ କାନ୍ଦି କାନ୍ଦି ଲଣ୍ଡା ହୋଇଥିଲେ । ଏହାର ଫଟୋ ଏବଂ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ଯେଉଁ ମହିଳା ଜଣକ ଲଣ୍ଡାହେଉଛନ୍ତି ତାଙ୍କ ନାମ ରାସମଣି ପାତ୍ର ବୋଲି ଜଣାପଡିଛି । ସେ ରାଜ୍ୟର ସମସ୍ତ ରାଜନୈତିକ ନେତାଙ୍କୁ ଏହି ପ୍ରସଙ୍ଗ ଉଠାଇବାକୁ ଆହ୍ୱନ ଦେଇଛନ୍ତି । ସେ କହିଛନ୍ତି, ’ମୁଁ ସମସ୍ତଙ୍କୁ ନିବେଦନ କରୁଛି ରାଜନୈତିକ ସ୍ତରରୁ ବାହାରି ଆମର ସମସ୍ୟାର ସମାଧାନ କରନ୍ତୁ । ଆମକୁ ଆମର ଚାକିରୀ ପାଇବାରେ ସହାୟତା କରିବାକୁ ମୁଁ ଅନୁରୋଧ କରୁଛି । ବର୍ତ୍ତମାନ ମୁଁ ନିଜ କେଶକୁ ତ୍ୟାଗ କରି ଦେଇଛନ୍ତି କିନ୍ତୁ ଭବିଷ୍ୟତରେ ତାଙ୍କ ପରି ଅନେକ ଲୋକଙ୍କୁ ସେମାନଙ୍କ ଜୀବନ ବଳିଦାନ ଦେବାକୁ ପଡିବ । ବୋଧହୁଏ ଆମ ଜୀବନର ବଳିଦାନ ସରକାରଙ୍କ ଆଖି ଖୋଲିବାକୁ ସକ୍ଷମ ହେବ ।

Comments are closed.