Latest Odisha News

ରାଜ୍ୟ ବାହାରକୁ ଚାଲାଣ ବେଳେ ୯୦ କେଜି ଗଞ୍ଜେଇ ଜବତ, ମାଫିଆ ଫେରାର୍

କୋରାପୁଟ: ରାଜ୍ୟରେ ଥମୁନି ଗଞ୍ଜେଇ ବେପାର । ଦିନକୁ ଦିନ ଏହା ବଢିବାରେ ଲାଗିଛି । ପୁଣି ଏପରି ଏକ ଖବର ସାମ୍ନା କୁ ଆସିଛି କୋରାପୁଟ ରୁ । ବାହାର ରାଜ୍ୟକୁ ଚୋରା ଚାଲାଣ ବେଳେ ମାଡ଼ି ବସିଲା ମାଛକୁଣ୍ଡ ପୋଲିସ । ଘଟଣାସ୍ଥଳରୁ ବିପୁଳ ପରିମାଣର ଗଞ୍ଜେଇ ଜବତ । ତେବେ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୯ ଲକ୍ଷ ଟଙ୍କା ହେବ ।

ତେବେ ବିଶେଷସୂତ୍ରରୁ ଖବରପାଇ ପୋଲିସ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଗାଡିକୁ ପିଛା କରିଥିଲା । ହେଲେ ପୋଲିସକୁ ଦେଖି ଭୟରେ ଗାଡ଼ି ଛାଡ଼ି ନିକଟସ୍ଥ ଜଙ୍ଗଲ ଭିତରକୁ ଦୌଡି ପଳାଇଥିଲେ ମାଫିଆ ମାନେ । ଜବତ କାରରୁ ଜରି ପ୍ୟାକ୍ ହୋଇଥିବା ବ୍ୟାଗରୁ ୯୦ କେଜି ର ଗଞ୍ଜେଇ ମିଳିଛି । ଯାହାର ମୂଲ୍ୟ ପ୍ରାୟ ୯ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଗଞ୍ଜେଇ ମାଫିଆଙ୍କୁ ଧରିବା ପାଇଁ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Comments are closed.