Latest Odisha News

BREAKING NEWS

ଖସୁଛି ପାରଦ ବଢୁଛି ଶୀତ, ୧୫ ଡିଗ୍ରୀ ତଳେ ରହିଛି ଅନେକ ସହର

ଭୁବନେଶ୍ବର: ରାଜ୍ୟରେ ତଳମୁହାଁ ହୋଇଛି ପାରଦ । କିଛି ଦିନ ହେବ ଜାରି ରହିଛି ଶୀତର ଲହରୀ । ଅନେକ ସ୍ଥାନର ତାପମାତ୍ରା ହ୍ରାସ ହେବା ସହ ୧୫ ଡିଗ୍ରୀ ତଳେ ରହିଛି ଅନେକ ସହର । ଆଉ କିଛି କିଛି ସ୍ଥାନରେ ବଡି ଭୋରୁ ଘନ କୁହୁଡି ଦେଖାଯାଉଛି । ଫଳରେ ସକାଳ ସମୟରେ ଗାଡି ଚଳାଇରେ ଅସୁବିଧା ହେଉଛି । ତେବେ ବହୁ ଦିନ ପରେ ଥଣ୍ଡା ପଡିଥିବାରୁ ଏହାର ଭରପୁର ମଜା ନେଉଛନ୍ତି ଲୋକେ ।

ପାଣିପାଗ କେନ୍ଦ୍ରର ରିପୋର୍ଟ ଅନୁଯାୟୀ, ସବୁଠୁ ଥଣ୍ଡା ସ୍ଥାନ ଭାବେ କେନ୍ଦୁଝର ରହିଥିବାବେଳେ ଏଠାରେ ୯.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି, ଯାହା ସର୍ବନିମ୍ନ ଶ୍ରେଣୀର ଅଟେ । ଅନ୍ୟପଟେ ଜି. ଉଦୟଗିରି, କନ୍ଧମାଳ ଓ ଦାରିଙ୍ଗବାଡିରେ ରେ ମଧ୍ୟ ତାପମାତ୍ରା କମ୍ ରହିଛି । ଫଳରେ ଶୀତର ପ୍ରକୋପ ବୃଦ୍ଧି ପାଇଛି ।

ବିଶେଷ କରି ସଂଧ୍ୟା ଏବଂ ସକାଳ ସମୟରେ ଥଣ୍ଡାର ପ୍ରକୋପ ବୃଦ୍ଧି ପାଉଛି । ତେବେ ଆଜି (ଗୁରୁବାର) ଓ ଆସନ୍ତାକାଲି ଏହି କୁହୁଡି ଅନୁଭୂତି ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଥଣ୍ଡା କାରଣରୁ ଅନେକ ସ୍ଥାନରେ ଲୋକେ ନିଆଁ ଜାଳି ବସି ରହୁଛନ୍ତି ।

Leave A Reply

Your email address will not be published.