Latest Odisha News

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ଭଜନଲାଲ ଶର୍ମା: ସାମିଲ ହେବେ ପ୍ରଧାନମନ୍ତ୍ରୀ

ଜୟପୁର:ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ଭଜନଲାଲ ଶର୍ମା । ରାଜଭବନ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଶପଥ ଗ୍ରହଣ ସମାରୋହ ରାମନିବାସ ବାଗ ସ୍ଥିତ ଅଲବର୍ଟ ହଲ ବାହାରେ କରାଯିବ ।  ଏଥିପାଇଁ ଜୟପୁରରେ ପ୍ରସ୍ତୁତି ଜୋରଦାର ହୋଇଛି । ଏହି ଉତ୍ସବରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶପଥ ଗ୍ରହଣ ଉତ୍ସବ ପାଇଁ ଜୟପୁରର ପ୍ରମୁଖ ମାର୍ଗ ଏବଂ ପ୍ରବେଶ ପଥକୁ ସଜାଯାଇଛି । ବିଜେପି ଝଣ୍ଡା ଏବଂ ହୋଡିଂ କଟଆଉଟ ସହ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନକଲ୍ୟାଣ ଯୋଜନାର ପୋଷ୍ଟର ଏବଂ ବ୍ୟାନର ଲଗାଯାଇଛି ।

ଭଜନଲାଲଙ୍କ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଏହା ବ୍ୟତୀତ କେନ୍ଦ୍ର ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀମାନଙ୍କୁ ସମାରୋହରେ ସାମିଲ ହେବାକୁ ନିମନ୍ତ୍ରଣ ଦିଆଯାଇଛି ।

ସମାରୋହ ଉତ୍ସବରେ ରାଜ୍ୟର ସମସ୍ତ କର୍ମକର୍ତ୍ତା ଭାଗ ନେବେ ।ଏନେଇ ଦଳୀୟ କାର୍ଯ୍ୟାଳୟରେ ଜିଲ୍ଲାଧ୍ୟକ୍ଷ ଏବଂ ଅନ୍ୟ ପଦାଧିକାରୀଙ୍କ ବୈଠକ ଡକାଯାଇଛି  । ରାଜ୍ୟପାଳ କଲରାଜ ମିଶ୍ର ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କ ପକ୍ଷରୁ ପ୍ରସ୍ତାବିତ ଶପଥ ଗ୍ରହଣ ସମାରୋହକୁ ଅନୁମୋଦନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଭାବେ ଭଜନଲାଲ ଶର୍ମାଙ୍କ ସହ ଉପମୁଖ୍ୟମନ୍ତ୍ରୀ ଭାବେ ଦୀୟା କୁମାରୀ ଏବଂ ପ୍ରେମଚନ୍ଦ୍ର ଭୈରବା ଆଜି ଶପଥ ଗ୍ରହଣ କରିବେ ।

Comments are closed.