Latest Odisha News

BREAKING NEWS

ସଂସଦରେ ସ୍ମୋକ ଆଟାକ ମାମଲାର ମାଷ୍ଟର ମାଇଣ୍ଡ ସହ ଟିଏମସି ନେତାଙ୍କ ସେଲଫି :ଫଟୋ ସେୟାର କଲା ବିଜେପି

ନୂଆଦିଲ୍ଲୀ:ସଂସଦ ଭବନକୁ ଦୁଇ ଅଜଣା ବ୍ୟକ୍ତି ପଶିବା ଏବଂ କଲର ସ୍ମୋକ ଷ୍ଟିକ ଜଳାଇବା ଘଟଣାକୁ ନେଇ ଦେଶ ଏବେ ପଡୁଛି ଉଠୁଛି । ଜୋର ଧରିଛି ରାଜନୀତି । ବିରୋଧୀ ଦଳ ସରକାରଙ୍କୁ ଘେରିଥିବାବେଳେ ଗତକାଲି ସଂସଦରୁ ୧୫ ଏମପିଙ୍କୁ ପୂରା ଅଧିବେଶନରୁ ନିଲମ୍ବିତ କରାଯାଇଛି । ଏହି ଘଟଣା ପାଇଁ ପୂରା ବିରୋଧୀ ବିଜେପି ସରକାରକୁ ଦୋଷ ଦେଉଥିବାବେଳେ ଏବେ ବିଜେପି ଖୋଲିଛି ଟିଏମସି ନେତାଙ୍କ ମୁଖା । ବିଜେପି ଇଣ୍ଡିଆ ମେଣ୍ଟର ସହଯୋଗୀ ଟିଏମସି ଉପରେ ଅଭିଯୋଗ ଲଗାଇବା ସହ  ସ୍ମୋକ ଆଟାକର ମାଷ୍ଟର ମାଇଣ୍ଡ ଲଳିତ ଝା ସହ ଟିଏମସି ବିଧାୟକଙ୍କ ଫଟୋ ସେୟାର କରିଛି ।

ବିଜେପି ଟିଏମସି ସହ ପୁରା ଇଣ୍ଡିଆ ମେଣ୍ଟକୁ ଟାଣିଛି ଏହି ମାମଲାରେ । ବିଜେପି କହିଛି, ଏହି ଷଡଯନ୍ତ୍ରରେ ପୁରା ଇଣ୍ଡିଆ ମେଣ୍ଟ ସଂପୃକ୍ତ । ପଶ୍ଚିମବଙ୍ଗ ବିଜେପି ଡା.ସୁକାନ୍ତ ମଜୁମଦାର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଟିଏମସି ନେତା ତାପସ ରାୟଙ୍କ ସହ ଲଳିତ ଝାଙ୍କର ଏକ ଫଟୋ ସେୟାର କରିଛନ୍ତି । କ୍ୟାପ୍ସନରେ ଲେଖିଛନ୍ତି, ଆମ ଲୋକତନ୍ତ୍ରର ମନ୍ଦିର ଉପରେ ଆକ୍ରମଣ କରିଥିବା ମାଷ୍ଟର ମାଇଣ୍ଡ ଲଳିତ ଝାଙ୍କର ଟିଏମସି ନେତା ତପସ ରାୟଙ୍କ ସହ ଦୀର୍ଘ ଦିନର ଘନିଷ୍ଠ ସମ୍ପର୍କ ରହିଛି । ନେତାଙ୍କର ମିଲିଭଗତ କାମ ପାଇଁ ଏହା କ’ଣ ଯଥେଷ୍ଟ ପ୍ରମାଣ ନୁହେଁ ବୋଲି ସେ ପ୍ରଶ୍ନ କରିଛନ୍ତି ।

ଏହି ମାମଲାରେ ବିଜେପି ଆଇଟି ସେଲ ପ୍ରମୁଖ ଅମିତ ମାଲବିୟ ପ୍ରତିକ୍ରିୟା ରଖି କହିଛନ୍ତି, ଏ ପର୍ଯ୍ୟନ୍ତ ପୂରା ମାମଲାରେ ସଂପୃକ୍ତ ଲୋକଙ୍କର କଂଗ୍ରେସ, ସିପିଆଇ(ଏମ) ଏବଂ ଟିଏମସି ସହ ସମ୍ପର୍କ ଥିବା ଜାଣିବାକୁ ମିଳିଛି ।

ସେପଟେ ଟିଏମସି ଏହାର ପାଲଟା ଜବାବ ଦେଇ କହିଛି, ବିଜେପିର ଆନ୍ତିରିକ ବିଫଳତାର କାରଣରୁ ସଂସଦର ସୁରକ୍ଷା ବ୍ୟବସ୍ଥା  ଆଜି ବିପନ୍ନ ହୋଇଛି ।

Leave A Reply

Your email address will not be published.