Latest Odisha News

BREAKING NEWS

ରତନ ଟାଟାଙ୍କୁ ହତ୍ୟା ଧମକ: ଧମକ ଦେଇଥିବା ବ୍ୟକ୍ତିଙ୍କୁ ଟ୍ରାକ୍‌ କଲା ପୋଲିସ

ମୁମ୍ବାଇ: ଦେଶର ଶ୍ରେଷ୍ଠ ଉଦ୍ଦ୍ୟୋଗପତି ଟାଟା ସନ୍ସର ପୂର୍ବତନ ଚେୟାରମ୍ୟାନ ରତନ ଟାଟାଙ୍କୁ ହତ୍ୟା ଧମକ। ମୁମ୍ବାଇ ପୋଲିସକୁ ଆସିଥିବା ଏକ ଫୋନ୍ କଲ ମାଧ୍ୟମରେ ଏହି ଧମକ ଦିଆଯାଇଛି । ତେବେ ଧମକ ଦେଇଥିବା ବ୍ୟକ୍ତିଙ୍କୁ ଟ୍ରାକ୍ କରିଛି ପୋଲିସ। ଫୋନ କରିଥିବା ବ୍ୟକ୍ତି ମାନସିକ ରୋଗ ସିଜୋଫ୍ରେନିଆରେ ପୀଡିତ ଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି ।

ହତ୍ୟା ଧମକ ପରେ ପୋଲିସ ତରବରିଆ ଭାବେ କୋଟିପତି ରତନ ଟାଟାଙ୍କ ସୁରକ୍ଷା ବଢାଇଛି । ତେବେ ଧମକ ଦେଇଥିବା ବ୍ୟକ୍ତିଙ୍କୁ ଚିହ୍ନଟ ପରେ ମଧ୍ୟ ପୋଲିସ ତାଙ୍କୁ ଗିରଫ କରିନି ।ଫୋନ୍‌ କରିଥିବା ବ୍ୟକ୍ତି କର୍ଣ୍ଣାଟକରେ ଥିବା କଥା ପୋଲିସ ଜାଣିବା ସହିତ ସେ ପୁଣେର ବାସିନ୍ଦା ବୋଲି ମଧ୍ୟ ଚିହ୍ନଟ କରିଛି । ଗତ ୫ ଦିନ ହେବ ସେ ନିରୁଦ୍ଦିଷ୍ଟ ହୋଇଯାଇଛନ୍ତି। ତାଙ୍କ ସ୍ତ୍ରୀ ମଧ୍ୟ ‌ଏ ବିଷୟରେ ଭୋସାରି ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ ପରିବାର ଲୋକଙ୍କୁ ପଚରା ଉଚରା କରିବା ପରେ ତଦନ୍ତକାରୀ ଟିମ୍‌ ଜାଣିଲେ ଯେ, ସେ ବ୍ୟକ୍ତଜଣକ ମାନସିକ ରୋଗରେ ପୀଡ଼ିତ। ଧମକ କଲ୍‌ କରିବା ପାଇଁ ସେ ଅନ୍ୟ ଜଣକ ଘରୁ ଫୋନ୍‌ ଆଣିଥିଲେ।ପୋଲିସ କହିଛି ଫୋନ୍‌ କରିଥିବା ବ୍ୟକ୍ତି ମାନସିକ ରୋଗରେ ପୀଡ଼ିତ।

ଧମକ ଦେଉଥିବା ବ୍ୟକ୍ତି କହିଥିଲେ ଯେ ରତନ ଟାଟାଙ୍କ ସୁରକ୍ଷା ବଢାଇବା ଉଚିତ୍ । ନଚେତ୍ ଆଗକୁ ତାଙ୍କ ଅବସ୍ଥା ସାଇରସ୍ ମିସ୍ତ୍ରୀଙ୍କ ଭଳି ହେବ । ସୂଚନାଯୋଗ୍ୟ, ୨୦୨୨ ସେପ୍ଟେମ୍ବର ୪ ତାରିଖରେ କାର୍‌ ଦୁର୍ଘଟଣାରେ ‘ଟାଟା ସନ୍‌ସ୍‌’ର ପୂର୍ବତନ ଅଧ୍ୟକ୍ଷ ସାଇରସ୍‌ ମିସ୍ତ୍ରୀଙ୍କର ମୃତ୍ୟୁ ଘଟିଥିଲା।

 

 

Comments are closed.