Latest Odisha News

BREAKING NEWS

୧୦ ଡିଗ୍ରୀ ତଳେ ୧୦ ସହର : ୫.୮ ଡିଗ୍ରୀ ସହ ଜି.ଉଦୟଗିରି ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରୀ ।  ପ୍ରବଳ ଜାଡ଼ରେ ଥରୁଛନ୍ତି ଓଡିଶାବାସୀ  । କହିବାକୁ ଗଲେ ପୁରା ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି  । ସକାଳ ୧୦ଟା ନହେଲେ ଘରୁ ବାହାରିବା ବି ମୁସ୍କିଲ ହୋଇପଡୁଛି । ଘରୁ ପାଦ କାଢିଲେ ଲୋଡା ପଡୁଛି ଶୀତ ବସ୍ତ୍ର । ଶୀତରୁ ରକ୍ଷା ପାଇବା ପାଇଁ କିଏ  ଚା ଖଟିରେ ଭିଡ ଜମାଉଛି ତ ଆଉ କିଏ ନିଆଁ ପୋଇଁ ହେଉଛି  । ଆଜି ୧୦ ଡିଗ୍ରୀ ତଳେ ରହିଛି ୧୦ ସହର  ।  ୫.୮ ଡିଗ୍ରୀ ସହ ଜି.ଉଦୟଗିରି ସବୁଠୁ ଥଣ୍ଡା ସହର ପାଲଟିଛି ।

ଫୁଲବାଣୀରେ ୭, କିରେଇ ୭.୭ , ସିମିଳିଗୁଡା ଓ ଦାରିଙ୍ଗବାଡି ୮ ଡିଗ୍ରୀ , କେନ୍ଦୁଝର ୮.୮ , ସୁନ୍ଦରଗଡ ୮.୯ , ଅନୁଗୁଳ ଓ ନବରଙ୍ଗପୁରରେ ୯ ଡିଗ୍ରୀ , ଭବାନୀପାଟଣାରେ ୯.୫ , କଟକ ୧୪.୪ ଓ ଭୁବନେଶ୍ବରରେ ୧୪.୮ ଡିଗ୍ରୀ ରେକର୍ଡ କରାଯାଇଛି । ବିଗତ ୧୦ ଦିନ ହେବ ଲଗାତାର ଭାବେ ବିଭିନ୍ନ ସ୍ଥାନରେ ପାରଦ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ଫଳରେ ଶୀତର ପ୍ରକୋପ ବଢ଼ିବା ସହିତ ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ଘନ କୁହୁଡି ବି ଦେଖିବାକୁ ମିଳୁଛି । ଯାହାଫଳରେ ରାସ୍ତାରେ ଗାଡି ମଟର ଚଳାଚଳରେ ବହୁ ବାଧା ଉପୁଜିଥିବା ଦେଖିବାକୁ ମିଳିଛି ।

Comments are closed.