ନୂଆଦିଲ୍ଲୀ : ଶୀତଦିନେ ସାଧରଣତଃ କୋବି ବଜାରରେ ବହୁଳ ପରିମାଣରେ ଉପଲବ୍ଧ ହୋଇଥାଏ । କୋବି ଖାଇବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି । ଆମେ ଏହାକୁ ଅନେକ ଉପାୟରେ ଖାଇଥାଉ । କେହି ଏହାକୁ ଭାଜି କରି ଖାଇଥାନ୍ତି ତ , କେହି ଏହାକୁ ତରକାରୀ କରି ଖାଆନ୍ତି । ଆସନ୍ତୁ ଜାଣିବା ଏହା ଆମ ସ୍ବାସ୍ଥ୍ୟ ପାଇଁ କେତେ ଉପଯୋଗୀ । ଏଥିରେ ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍ ଏବଂ ପୌଷ୍ଟିକତାରେ ଭରପୂର ଥାଏ । ଯାହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।
ଏହା ଖଣିଜ ପଦାର୍ଥରେ ଭରପୁର ଥାଏ । ଯାହା ହଜମ ପ୍ରକ୍ରିୟାକୁ ମଜବୁତ କରିଥାଏ । ଏବଂ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢାଇଥାଏ । ଏହି ପରିବାରେ ପ୍ରଚୁର ମାତ୍ରାରେ ଫାଇବର ଏବଂ ପାଣି ଥାଏ । ଯେଉଁଥିପାଇଁ ଏହା ମେଦବହୁଳତା ହ୍ରାସ କରିବାରେ ସହାୟକ ହୋଇଥାଏ । ଯଦିଓ ଏଥିରେ ପ୍ରୋଟିନ୍ ପରିମାଣ ନଥାଏ । ଫୁଲକୋବି ହାର୍ଟ ପାଇଁ ଖୁବ୍ ଭଲ ହୋଇଥାଏ । ହାଡକୁ ଶକ୍ତିଶାଳୀ ରଖିବାରେ ଫୁଲକୋବି ଅତ୍ୟନ୍ତ ଉପଯୋଗୀ ହୋଇଥାଏ । କୋବି ମସ୍ତିଷ୍କ କୁ ମଧ୍ୟ ସୁସ୍ଥ ରଖିଥାଏ ।
Comments are closed.