Latest Odisha News

ପୁଣି ଫେରିବ କି ଲକଡାଉନ, ଓଡିଶାରୁ ଚିହ୍ନଟ ହେଲେ ଜଣେ କୋଭିଡ ଆକ୍ରାନ୍ତ

ଭୁବନେଶ୍ଵର: ଦେଶରେ ଉତ୍କଟ ହେଉଛି କରୋନା ସମସ୍ୟା । ଦେଶରେ ବଢ଼ୁଥିବା କରୋନା ସଂକ୍ରମଣ ନଜରରେ ରଖି ପୁଣି ଥରେ ଲକଡାଉନ ଭଳି ସମସ୍ୟା ଦେଖାଦେବା ନେଇ ସନ୍ଦେହ ଉପୁଜିଛି । ଏକ ମାସ ମଧ୍ୟରେ ସାରା ବିଶ୍ୱରେ ୮.୫ ଲକ୍ଷ ନୂଆ ମାମଲା ରିପୋର୍ଟ ପ୍ରକାଶ ପାଇଛି । ଏନେଇ ଚିନ୍ତା ପ୍ରକଟ କରିଛି WHO । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHO ଅନୁଯାୟୀ, ଚାରି ସପ୍ତାହ ମଧ୍ୟରେ ସାରା ବିଶ୍ୱରେ କରୋନା ଯୋଗୁଁ ୩ ହଜାର ଲୋକ ପ୍ରାଣ ହରାଇଛନ୍ତି । ଗତ ୨୮ ଦିନ ତୁଳନାରେ ଏହି ଚାରି ସପ୍ତାହରେ ମୃତ୍ୟୁ ମଧ୍ୟ ୮% ବୃଦ୍ଧି ପାଇଛି । ଡିସେମ୍ବର ୧୭ପର୍ଯ୍ୟନ୍ତ ସାରା ବିଶ୍ୱରେ ୭୭କୋଟିରୁ ଅଧିକ ମାମଲା ରୁଜୁ ହୋଇଛି ।

ଅନ୍ୟପଟେ ରାଜ୍ୟରୁ ପୁଣି ଜଣେ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ଶେଷ ଥର ଲାଗି ଡିସେମ୍ବର ୩ରେ ରାଜ୍ୟରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ଜଣେ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ଓଡ଼ିଶାରେ ପୁଣିଥରେ ଦୀର୍ଘଘଦିନର ବ୍ୟବଧାନରେ ଜଣେ ପଜିଟିଭ୍ ଚିହ୍ନ ହୋଇଥିବା ନେଇ ଏବେ ସ୍ଵାସ୍ଥ୍ୟ ବିଭାଗର ଚିନ୍ତା ବଢିଛି ।

ସୂଚନାଯୋଗ୍ୟ ଯେ, ଦେଶରେ କରୋନାର ଏକ ନୂଆ ଭାରିଏଣ୍ଟ ଜେଏନ-୧ କାରଣରୁ ସଂକ୍ରମଣ ଦ୍ରୁତ ଗତିରେ ବଢି ଚାଲିଛି । ଏହା ଓମିକ୍ରନ ସଂସ୍କରଣର ଏକ ବଂଶ ଅଟେ । ଏହାର ପ୍ରଥମ ନମୂନା ୨୦୨୩ ଅଗଷ୍ଟ ୨୫ ରେ ଠାବ କରାଯାଇଥିଲା । ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୭୫୨ଟି ନୂଆ କରୋନା ମାମଲା ଦେଖିବାକୁ ମିଳିଛି । ମେ ୨୧ ପରେ ଗୋଟିଏ ଦିନରେ ଏହା ସର୍ବାଧିକ ସଂଖ୍ୟକ ମାମଲା । ଏଥି ସହିତ, ସକ୍ରିୟ ମାମଲା ମଧ୍ୟ ୩,୪୨୦କୁ ବୃଦ୍ଧି ପାଇଛି । ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନା କାରଣରୁ ଚାରି ଜଣ ପ୍ରାଣ ହରାଇଛନ୍ତି। ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନଙ୍କ ମଧ୍ୟରୁ ୨ ଜଣ କେରଳର, ଜଣେ ରାଜସ୍ଥାନ ଏବଂ ଅନ୍ୟ ଜଣେ କର୍ଣ୍ଣାଟକର । ଦେଶରେ କରୋନା କାରଣରୁ ଏପର୍ଯ୍ୟନ୍ତ ୫,୩୩,୩୩୨ ଜଣଙ୍କର ମୃତ୍ୟୁ ହୋଇଛି ।

Leave A Reply

Your email address will not be published.