ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ଅବତାରୀ ଶ୍ରୀଜଗନ୍ନାଥଙ୍କ ପୂର୍ଣ୍ଣ ଅବତାର ଶ୍ରୀକୃଷ୍ଣଙ୍କ ବିଷୟ ଆଲୋଚନା ଜାରିଥିବା ସମୟରେ ଏକ ପ୍ରଶ୍ନ ଉଠିଛି । ଯଥା :
୧. ସମୁଦ୍ରରେ ଭାସୁଥିବା ଶ୍ରୀକୃଷ୍ଣଙ୍କ ଦେହାବଶେଷ ବ୍ରହ୍ମ ଦାରୁରେ ରୂପାନ୍ତରିତ ହୋଇ, ସେଥିରେ ଚତୁର୍ଦ୍ଧାମୂର୍ତ୍ତି ନିର୍ମିତ୍ତ ହୋଇଛନ୍ତି କି?
୨. ଏହି ଦେହାବଶେଷ ଶ୍ରୀଜଗନ୍ନାଥଙ୍କ ବ୍ରହ୍ମ ଭାବରେ ମୂର୍ତ୍ତି ମଧ୍ୟରେ ସ୍ଥାପିତ କି ?
ଏହାର ସରଳ ଉତ୍ତର ହେଲା ଉଭୟ ପ୍ରଶ୍ନ ଅମୂଳକ ଅର୍ଥାତ ନା ଏହା (ଅପୋଡା ପିଣ୍ଡ )ଦାରୁ ହୋଇଛି, ନା ବ୍ରହ୍ମ ହୋଇଛି ।ଏଭଳି ତଥ୍ୟକୁ ସଂସ୍କୃତ ଭାଗବତ ସମ୍ପୂର୍ଣ ଅସ୍ବୀକାର କରିଛି । ଭାଗବତ ଶ୍ରୀକୃଷ୍ଣଙ୍କ ଅପୋଡା ପିଣ୍ଡ କଥା ମଧ୍ୟ ସ୍ୱୀକାର କରୁନି, କାରଣ ଭାଗବତ କହେ ଭଗବାନ ଶ୍ରୀକୃଷ୍ଣ ଆଗ୍ନେୟୀଯୋଗ ଧାରଣରେ ନିଜ ତନୁକୁ ଦଗ୍ଧ ନକରି ସ୍ଵଧାମ ପ୍ରବେଶ କଲେ ଯଥା”ଯୋଗ ଧାରଣଆଗ୍ନେୟା ଅଦଗଧ୍ୱl ଧାମା ବିଶତଶ୍ୱକମ ।” ତେଣୁ ଅପୋଡା ପିଣ୍ଡର ପ୍ରଶ୍ନ ଏଠାରେ ମୂଲ୍ୟହୀନ । ଯଦି ବି ଆମେ ଅପୋଡା ପିଣ୍ଡ ପ୍ରସଙ୍ଗକୁ ମାନିବା ତେବେ ମଧ୍ୟ ଦୁଇଟା ଯାକ ପ୍ରସଙ୍ଗ ପ୍ରମାଣ ଯୋଗ୍ୟନୁହେଁ । କାରଣ ଶ୍ରୀଜଗନ୍ନାଥଙ୍କ ଆବିର୍ଭାବ ସତ୍ୟ ଯୁଗର କଥା । ଦ୍ୱାପର ଯୁଗରେ ମଧ୍ୟ ଶ୍ରୀକୃଷ୍ଣ ଓ ଅର୍ଜୁନ ମହାଭାରତ ଯୁଦ୍ଧ ପରେ ପୁରୁଷୋତମ କ୍ଷେତ୍ର ଆସି ତିନି ଦିନ ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଉପାସନା କରିଥିଲେ । ସ୍କନ୍ଦ ପୁରାଣ କହେ “ଦ୍ୱାପରାନ୍ତେ ସମୟାତ୍ୟୋ ଯଦା କୃଷ୍ଣଅର୍ଜୁନ ବୁଭୌ, ତ୍ରିଦିନାନି ସ୍ଥିତାବ୍ରତ ବ୍ରତସ୍ଥ ମଧୁସୂଦନମ୍ , ଭକ୍ତ୍ୟl ପୂଜୟିତ୍ବl ସ୍ତୁତ୍ୱl ଯଯତୁଃ ଦ୍ୱାରକାଂ ପୁନଃ ଭକ୍ତ୍ୟl ପୂଜୟିତ୍ବl ସ୍ତୁତ୍ୱl ଯଯତୁଃ ଦ୍ୱାରକାଂ ପୁନଃ । “
ସବୁ ଭ୍ରାନ୍ତ ଧାରଣାକୁ ମନରୁ କାଢି କୋଟି କୋଟି ଯୁଗରୁ ପ୍ରତିଷ୍ଠିତ ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ରହସ୍ୟକୁ କେବଳ ଅନୁଭବ କରିବା, ଆମର ଓଡ଼ିଆ ଭାଗବତ କହିଛି :-
“ସେହୁ ଗୋଲକ ନିତ୍ୟ ସ୍ଥଳ, ସେହିଟିଗିରି ନୀଳାଚଳ ।
କୋଟି ଏ ଯୁଗ ଯେବେ ଯାଇ, ଏଥିରେ ଲୀଳା ନସରଇ।”
ଜୟ ଜଗନ୍ନାଥ
Comments are closed.