Latest Odisha News

ଦିଲ୍ଲୀର ଚିନ୍ତା ବଢାଇଲା ପ୍ରଦୂଷଣ: ଏକ୍ୟୁଆଇ ସ୍ତର ୪୫୦ ଉପରେ, ଅନଲାଇନ ହୋଇପାରେ ସ୍କୁଲ

ନୂଆଦିଲ୍ଲୀ:ଦିଲ୍ଲୀରେ ବଢୁଛି ପ୍ରଦୂଷଣ । ଏଠାରେ  ବାୟୁମଣ୍ଡଳ ଏପରି ବିଷାକ୍ତ ହୋଇଛି ଯେ, ଜିଆରଏପି ଲାଗୁ କରାଯାଇଛି ଏବଂ ଏକ୍ୟୁଆଇ ୪୦୦ ଉପରେ ରହିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀ ଏନସିଆରର ସ୍କୁଲ ଅନଲାଇନ କରାଯିବା ସମ୍ଭାବନା ଦେଖା ଦେଇଛି । ବର୍ତ୍ତମାନ ଦିଲ୍ଲୀର ବାୟୁମଣ୍ଡଳ ଶାନ୍ତ ଥିବାବେଳେ ଏକ୍ୟୁଆଇ ସ୍ତର ଲଗାତାର ବଢିବାରେ ଲାଗିଛି ।

BjdElectrycity

ଶନିବାର ମଧ୍ୟାହ୍ନରେ ଦିଲ୍ଲୀରେ ଏକ୍ୟୁଆଇ ୪୫୦ ଥିବା ରେକାର୍ଡ କରାଯାଇଛି । ଦିଲ୍ଲୀ-ଏନସିଆରରେ GRAP-III  ଲାଗୁ ହେବା ପରେ ଏକ କମିଟି ଗଠନ କରାଯାଇଛି  । ଶନିବାର ଏହି କମିଟି ଏକ ଗୁରୁତ୍ୱପର୍ଣ୍ଣ ବୈଠକ ଡକାଇ ଆଇଏମଡି ଏବଂ ଆଇଆଇଟିଏମ ପକ୍ଷରୁ ମିଳିଥିବା ସୂଚନା ଉପରେ ଆଲୋଚନା ହୋଇଥିଲା । ପରିସ୍ଥିତିକୁ ଦେଖି ନିର୍ମାଣ କାର୍ଯ୍ୟ ଏବଂ ଭଙ୍ଗାରୁଜା କାମ ବନ୍ଦ କରି ଦିଆଯାଇଛି । ଏହା ବ୍ୟତୀତ ବିଏସ-୩ ପେଟ୍ରୋଲ ଏବଂ ବିଏସ-୪ ଡିଜେଲ ଗାଡି ଚଳାଚଳ ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି ।

ଅନ୍ୟପକ୍ଷେ ଜମ୍ମୁକାଶ୍ମୀର, ହିମାଚଳ ଏବଂ ଉତ୍ତରାଖଣ୍ଡରେ ବରଫପାତ ହେବା କାରଣରୁ ଦିଲ୍ଲୀରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ଏହାର ପ୍ରଭାବରେ ରବିବାର ସକାଳେ ଘନ କୁହୁଡି ଦେଖିବାକୁ ମିଳିଥିଲା । ଫଳରେ ଭିଜିବିଲିଟି ବହୁତ କମ ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.