Latest Odisha News

BREAKING NEWS

ପୁରୀ ଶ୍ରୀମନ୍ଦିର ଭଳି ଗୋଆରେ ମଧ୍ୟ ଅଶ୍ଳୀଳ ପୋଷାକ ପିନ୍ଧିଲେ ମନ୍ଦିରକୁ ନୋ ଏଣ୍ଟ୍ରି

ପାଣାଜି: ଗୋଟିଏ ପଟେ ପୁରୀ ଶ୍ରୀମନ୍ଦିରରେ ଦର୍ଶନ ବେଳେ ଶୃଙ୍ଖଳିତ ପୋଷାକ ଉପରେ ଗୁରୁତ୍ବାରୋପ କରି ମନ୍ଦିର ପ୍ରଶାସନ ଜାନୁଆରୀ ଏକରୁ ନିୟମ କଡାକଡି କରିବାକୁ ଯାଉଛି। ଏହି ସମୟରେ ଗୋଆରେ ମଧ୍ୟ ପର୍ଯ୍ୟଟକଙ୍କ ପାଇଁ ମନ୍ଦିରରେ ପ୍ରବେଶ ବେଳେ ଡ୍ରେସ୍ କୋଡ୍ କଡ଼ାକଡ଼ି ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି।

ସର୍ଟସ, ମିନିସ୍କର୍ଟ, ସ୍ଲିଭ୍ଲେସ୍ ଟପ୍, ଲୋ-ରାଇଜ୍ ଜିନ୍ସ ଏବଂ ସର୍ଟ ଟି-ସାର୍ଟ ପିନ୍ଧିଥିବା ବ୍ୟକ୍ତିଙ୍କୁ ମନ୍ଦିରରେ ପ୍ରବେଶ ଉପରେ ବାରଣ ରହିବାକୁ ଯାଉଛି। ମନ୍ଦିର କମିଟି ଉପଯୁକ୍ତ ପୋଷାକ ପିନ୍ଧିନଥିବା ଲୋକଙ୍କୁ ଚିହ୍ନଟ କରି ଶୃଙ୍ଖଳିତ ପୋଷାକ ପିନ୍ଧିବା ଉପରେ ଗୁରୁତ୍ବ ଦେବ ବୋଲି କହିଛି।

ଗେଆର ପୋଣ୍ଡାସ୍ଥିତ ଶ୍ରୀରାମନାଥ ଦେବସ୍ଥାନର ସଭାପତି ବଲ୍ଲଭ କୁନକୋଲିନକର ଟିଓଆଇକୁ କହିଛନ୍ତି ଯେ ଜାନୁଆରୀ ୧ରୁ ଡ୍ରେସ୍ କୋଡ୍ କଡ଼ାକଡ଼ି ଭାବେ ଲାଗୁ କରାଯିବ। ମନ୍ଦିର ପରିସରରେ ଥିବା ନୋଟିସ୍ ବୋର୍ଡରେ ଡ୍ରେସ୍ କୋଡ୍ ଆଡଭାଇଜରି ଲଗାଯାଇଛି ବୋଲି ସେ କହିଛନ୍ତି।

ପର୍ଯ୍ୟଟକଙ୍କୁ ସଚେତନ କରିବା ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି କୁନକୋଲିନକର କହିଛନ୍ତି। ଅନେକ ସମୟରେ ପର୍ଯ୍ୟଟକଙ୍କୁ ଅଶ୍ଳୀଳ ପୋଷାକ ପିନ୍ଧିଥାନ୍ତି। ମନ୍ଦିରର ପବିତ୍ରତା ବଜାୟ ରଖିବା ପାଇଁ ଡ୍ରେସ୍ କୋଡ୍ ପାଳନ କରିବାକୁ ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି ବୋଲି କୁନକୋଲିନକର କହିଛନ୍ତି। ଆମେ ପର୍ଯ୍ୟଟକମାନଙ୍କୁ ସେଚତନ କରିବୁ ଏବଂ ଧୀରେ ଧୀରେ ପରିବର୍ତ୍ତନ ଆଣିବୁ।

୧୦ ବର୍ଷରୁ କମ୍ ପିଲାଙ୍କୁ ଡ୍ରେସ୍ କୋଡ୍ରୁ ମୁକ୍ତ କରାଯାଇଛି ବୋଲି କୁନକୋଲିନକର କହିଛନ୍ତି। ବୟସ୍କମାନେ ଡ୍ରେସ୍ କୋଡ୍ ଅନୁସରଣ କରିବା ଉଚିତ୍। ଆମେ କାହାକୁ ମନ୍ଦିର ଭିତରକୁ ପ୍ରବେଶ କରିବାରୁ ଅଟକାଇବୁ ନାହିଁ। କିନ୍ତୁ ଯେଉଁ ପର୍ଯ୍ୟଟକମାନେ ଠିକ୍ ଭାବେ ପୋଷାକ ପିନ୍ଧି ନାହାନ୍ତି ସେମାନଙ୍କୁ ମନ୍ଦିର ଦର୍ଶନ ପାଇଁ ଆମେ ଉପହାର ଓ ଲୁଙ୍ଗି ଯୋଗାଇଦେବୁ।

ପ୍ରାୟ ଏକ ଦଶନ୍ଧି ପୂର୍ବେ ଏଭଳି ନିଷ୍ପତ୍ତି ନେଇଥିବା କିଛି ମନ୍ଦିର ମଧ୍ୟରୁ ଶ୍ରୀ ମଙ୍ଗୁଶ ଦେବସ୍ଥାନ ଅନ୍ୟତମ। ନୂଆବର୍ଷରୁ ମନ୍ଦିରରେ ଡ୍ରେସ୍ କୋଡ୍କୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି।

ଶ୍ରୀ ମଙ୍ଗୁଶ ଦେବସ୍ଥାନର ସଭାପତି ଅଜିତ କାନ୍ତକ କହିଛନ୍ତି ଯେ ପୂର୍ବରୁ ଡ୍ରେସ୍ କୋଡ୍ ଧାର୍ଯ୍ୟ ହୋଇଥିଲେ ମଧ୍ୟ କଡ଼ାକଡ଼ି ହୋଇନଥିଲା। ଏବେ ନୂଆବର୍ଷରୁ ମନ୍ଦିରରେ ଡ୍ରେସ୍ କୋଡ୍କୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି।

କଣ୍ଟାକ କହିଛନ୍ତି ଯେ କିଛି ମହିଳା ଅନ୍ୟ ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରୁଥିବା ପୋଷାକ ପିନ୍ଧି ମନ୍ଦିରକୁ ଆସନ୍ତି। ବର୍ତ୍ତମାନ ଆମେ ପର୍ଯ୍ୟଟକମାନଙ୍କୁ ଶାଲ ଓ ଲୁଙ୍ଗି ଯୋଗାଇ ଦେଉଛୁ ବୋଲି ସେ କହିଛନ୍ତି। ସେ କହିଛନ୍ତି, ମନ୍ଦିର କୌଣସି ଫ୍ୟାସନ୍ ସୋ’ କିମ୍ବା ପ୍ରଦର୍ଶନୀ ପାଇଁ ସ୍ଥାନ ନୁହେଁ। ଏହା ପୂଜା ଓ ଧ୍ୟାନ ପାଇଁ ଏକ ସ୍ଥାନ। ମନ୍ଦିରକୁ ଆସୁଥିବା ପର୍ଯ୍ୟଟକମାନେ ଭାରତୀୟ ପୋଷାକ ପିନ୍ଧିବା ଉଚିତ ବୋଲି କଣ୍ଟାକ କହିଛନ୍ତି।

Comments are closed.