ବ୍ରାଜିଲ: ଦେଶରେ ଥିବା ପ୍ରତ୍ୟେକ ଜେଲରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥାଏ । ଜେଲରେ ଥିବା କଏଦୀମାନେ କିପରି ସୁରକ୍ଷିତ ରହିବେ, ସେଥିପାଇଁ ସେମାନଙ୍କୁ ନଜର ରଖିବା ପାଇଁ ସିକ୍ୟୁରିଟି କ୍ୟାମେରା, ଗାର୍ଡ ସହ ଟ୍ରେନି କୁକୁର ମଧ୍ୟ ପହରା ଦେଇଥାନ୍ତି । କିନ୍ତୁ ଏମିତି ଏକ ଦେଶ ଅଛି, ଯେଉଁଠି ଜେଲର ସୁରକ୍ଷା ପାଇଁ ବତକକୁ ମୁତୟନ କରାଯାଇଥାଏ ।
ବ୍ରାଜିଲର ସେଣ୍ଟ କ୍ୟାଣ୍ଟାରିନା ଜେଲର ସୁରକ୍ଷା ଦେଉଛନ୍ତି ବତକ । ଏଠାରେ ପ୍ରଥମେ କୁକୁର ପହରା ଦେଉଥିଲେ । ପରେ ସେମାନଙ୍କୁ ହଟାଯାଇ ବତକ ରଖାଯାଇଥିଲା । ଜେଲରେ କ୍ୟାମେରା ଲଗାଇବା ପରେ ଏଠାରେ କୁକୁରମାନେ ପହରା ଦେଉଥିଲେ । ମାତ୍ର ଏବେ ସେମାନଙ୍କୁ ହଟାଇ ଆହୁରି କଡା ସୁରକ୍ଷା ପାଇଁ ଏକ ପ୍ରକାର ବତକ ମୁତୟନ କରାଯାଇଛି । ତେବେ ବତକଙ୍କୁ ମୁତୟନ କରାଯିବା ନେଇ ଜେଲର ନିର୍ଦ୍ଦେଶକ ମାର୍କୋସ ରୋବଟ କହିଛନ୍ତି, ବତକଙ୍କୁ ଜେଲର ସୁରକ୍ଷା ଦାୟିତ୍ୱ ଦେବା ଦ୍ୱାରା ଜେଲ ପରିସରରେ ଶାନ୍ତି ବଜାୟ ରହୁଛି । ସେହିପରି ଗୋଟିଏ ସ୍ଥାନରେ ବତକ ରଖିବା ସୁବିଧା ମଧ୍ୟ ହେଉଛି । ଏମାନଙ୍କୁ କିଣିବା ଏବଂ ପୋଷିବା ପାଇଁ ମଧ୍ୟ କମ୍ ଖର୍ଚ୍ଚ କରିବାକୁ ପଡୁଛି । ଏହି ବତକ ଜାତୀୟ ପକ୍ଷୀ ଜେଲର ଭିତରେ ଓ ବାହାର ସୁଉଚ୍ଚ କାନ୍ଥ ପାଖରେ ଘୁରି ବୁଲୁଛନ୍ତି । କୌଣସି ବନ୍ଦୀ ବା କଏଦୀ ହଲଚଲ ହେବା ଦେଖିଲେ ସେମାନେ ସାଙ୍ଗେସାଙ୍ଗେ ବୋବାଇବା ଆରମ୍ଭ କରି ଦିଅନ୍ତି ।
Comments are closed.