Latest Odisha News

BREAKING NEWS

ମା’-ଝିଅଙ୍କୁ ଠକି ଦେଲେ: ୫୧ପାଦ ଯାଇ ଫେରିବା ବେଳକୁ ଟଙ୍କା ସୁନା ନେଇ ଛୁ’ ମାରିଲେ 

ଢେଙ୍କାନାଳ: ଠାକୁର ଦର୍ଶନ କରାଇବା ଓ ରିଷ୍ଟ ଖଣ୍ଡନ ନାଁରେ ଟଙ୍କା ଓ ଲକ୍ଷାଧିକ ଟହଙ୍କାର ସୁନା ଲୁଟ୍ । ମୀନାବଜାର ରାସ୍ତାରୁ ମା’-ଝିଅଙ୍କଠାରୁ ଠକି ନେଲେ ୨ଭଣ୍ଡବାବା । ପରିବାର ଲୋକଙ୍କ ଉପରେ ବିପଦ ଥିବା କହି ବିଶ୍ୱାସ ଜନ୍ମାଇଥିଲେ । ମା’-ଝିଅ ୫୧ପାଦ ଯାଇ ଫେରିବା ବେଳକୁ ଚମ୍ପଟ ମାରିଥିଲେ ଠକ ।

ଢେଙ୍କାନାଳ ସହରର ଗହଳି ସ୍ଥାନ ମୀନାବଜାରରେ ଘଟିଛି ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା। ମାଆ ସ୍ୱର୍ଣ୍ଣପ୍ରଭା ସାହୁ ଓ ଝିଅ ମୋବାଇଲ ସଜାଡିବା ପାଇଁ ବଜାର ଯାଇଥିଲେ । ଏହି ସମୟରେ ୨ଭଣ୍ଡବାବା ସେମାନଙ୍କୁ ଅଟକାଇଥିଲେ । ପରିବାର ଉପରେ ବିପଦ ଥିବା କହି ବଶ୍ୱାସ ଜନ୍ମାଇଲେ । ସ୍ୱର୍ଣ୍ଣପ୍ରଭାଙ୍କ ନିକଟରେ ଥିବା ଟଙ୍କା ଭର୍ତ୍ତି ବ୍ୟାଗ ଓ ସବୁ ସୁନା ଦେବାକୁ କହିଥିଲେ। ୫୧ପାଦ ଆଗକୁ ଯିବାକୁ କହିଥିଲେ ଦୁଇ ଭଣ୍ଡ ବାବା। ସ୍ୱର୍ଣ୍ଣପ୍ରଭା ଆଗକୁ ଯାଇ ପୁଣି ଫେରିବା ବେଳକୁ ଉଭୟ ସେଠାରୁ ଖସି ପଳାଇଥିଲେ । ବ୍ୟାଗରେ ଆଠ ହଜାର ଟଙ୍କା, ଦୁଇଟି ସୁନା ମୁଦି, ସୁନା ଚେନ ସହ ମଙ୍ଗଳସୁତ୍ର ଥିଲା । ଘଟଣା ସମ୍ପର୍କରେ ଖବରପାଇ ଟାଉନଥାନା ପୋଲିସ ବଜାରରୁ ସିସିଟିଭି ସଂଗ୍ରହ କରିଛି । ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.