Latest Odisha News

BREAKING NEWS

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାର କାର୍ଯ୍ୟକ୍ରମର ଦ୍ୱିତୀୟ ଦିବସ, ମନ୍ଦିରରେ ପ୍ରବେଶ କରିବେ ରାମ ଲାଲା

ନୂଆଦିଲ୍ଲୀ: ଅଯୋଧ୍ୟାରେ ଆସନ୍ତା ୨୨ ତାରିଖରେ ରାମ ମନ୍ଦିରରେ ରାମଲାଲାଙ୍କର ପ୍ରାଣ ପ୍ରତିଷ୍ଠା କରାଯିବ। ଏହାର ୭ ଦିନ ଆଗରୁ କାର୍ଯ୍ୟକ୍ରମକୁ ଆରମ୍ଭ କରିଦିଆଯାଇଛି। ଆଜି ହେଉଛି ତାହାର ଦ୍ୱିତୀୟ ଦିବସ। ହୋମ ଯଜ୍ଞରେ କମ୍ପୂଛି ଅଯୋଧ୍ୟା ନଗରୀ। ଆଜି ଦ୍ୱିତୀୟ ଦିନରେ ରାମ ଲାଲା ମନ୍ଦିରରେ ପ୍ରବେଶ କରିବେ। ଏହା ପରେ ତାଙ୍କୁ ରାମ ଜନ୍ମଭୂମୀ ଭ୍ରମଣ କରାଯିବ ବୋଲି ସୂଚନା ରହିଛି। ଏହି ସମୟରେ ମନ୍ଦିରର ଗର୍ଭଗୃହକୁ ଶୁଦ୍ଧି କରଣ କରାଯିବ। ତେବେ ଏହି ସାତ ଦିନ ଯାକ ହୋମଯଜ୍ଞ ଜାରି ରହିବ।

BjdElectrycity

ଏନେଇ ବୈଦିକ ବିଦ୍ୱାନ ଆଚାର୍ଯ୍ୟ ଶ୍ରୀ ଗଣେଶ୍ୱର ଶାସ୍ତ୍ରୀ ଦ୍ରାବିଡ଼ଙ୍କ ଅନୁଯାୟୀ ଆଜି ୧୭ ଜାନୁଆରୀ ବୁଧବାର ଦିନ ଦ୍ୱିପ୍ରହରରେ ଜଳଯାତ୍ରା, ତୀର୍ଥ ପୂଜନ, ବ୍ରାହ୍ମଣ-ବଟୁକ-କୁମାରୀ-ସୁବାସିନୀ ପୂଜନ, କଳଶ ଯାତ୍ରା ଏବଂ ଭଗବାନ ଶ୍ରୀ ରାମଲାଲାଙ୍କ ମୂର୍ତ୍ତି ପରିସରରେ ଭ୍ରମଣ କରାଯିବ। ଗତକାଲି ୧୬ ଜାନୁଆରୀ ମଙ୍ଗଳବାର ସ୍ୱତନ୍ତ୍ର ପୂଜା ବିଧି ଅନୁଷ୍ଠିତ ହୋଇଥିଲା। ପ୍ରଥମ ଦିନରେ ପ୍ରାୟଶ୍ଚିତ ଓ କର୍ମକୁଟୀ ପୂଜା କରାଯାଇଥିଲା।

ଶ୍ରୀ ରାମ ଜନ୍ମଭୂମୀ ତୀର୍ଥ କ୍ଷେତ୍ର ଟ୍ରଷ୍ଟ ସମଗ୍ର ଦେଶବାସୀଙ୍କୁ ଆସନ୍ତା ୨୨ ତାରିଖରେ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠାକୁ ସାମୁହିକ ଭାବେ ପାଳନ କରିବାକୁ ନିବେଦନ କରିଛନ୍ତି। ଟ୍ରଷ୍ଟ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି କି ପ୍ରଭୁ ଶ୍ରୀ ରାମ ନିଜର ଜନ୍ମସ୍ଥଳୀକୁ ୫ ଶତାବ୍ଦୀ ପରେ ଫେରୁଛନ୍ତି। ଏହି ଭବ୍ୟ ଅବସରକୁ ସ୍ମୃତିପଟରେ ସାଇତି ରଖିବାକୁ ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡ ଉତ୍ସାହର ସହିତ ଅପେକ୍ଷା କରିଛି। ପ୍ରଭୁ ଶ୍ରୀ ରାମଙ୍କର ସ୍ୱାଗତ ପାଇଁ ସମଗ୍ର ବିଶ୍ୱରେ ରାମଭକ୍ତମାନେ ଅପେକ୍ଷା କରିଛନ୍ତି। ଏହି ସମୟରେ ଛୋଟ ଛୋଟ ଭିଡ଼ିଓ ମାଧ୍ୟମରେ ନିଜର ଅନୁଭୂତିକୁ ସେୟାର କରିବାକୁ ଟ୍ରଷ୍ଟ ପକ୍ଷରୁ କୁହାଯାଇଛି। ଏହି ଭିଡ଼ିଓରେ #ShriRamHomeComing ଲେଖି ସୋସିଆଲ ମିଡ଼ିଆରେ ସେୟାର କରିବାକୁ କୁହାଯାଇଛି।

ଟ୍ରଷ୍ଟ ପକ୍ଷରୁ ଆହୁରି ମଧ୍ୟ ସୂଚନା ପ୍ରଦାନ କରାଯାଇଛି କି ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯଜମାନ ହେବେ ନାହିଁ। ପ୍ରଧାନମନ୍ତ୍ରୀ କେବଳ ଗର୍ଭଗୃହରେ ମୂର୍ତ୍ତି ପ୍ରତିଷ୍ଠା କରିବେ। ଅନୁଷ୍ଠାନ, ହୋମଯଜ୍ଞ ଓ ପୂଜାକାର୍ଯ୍ୟରେ ଶ୍ରୀରାମ ଜନ୍ମଭୂମୀ ତୀର୍ଥକ୍ଷେତ୍ର ଟ୍ରଷ୍ଟର ସଦସ୍ୟ ଡ. ଅନୀଲ ମିଶ୍ରା ଓ ତାଙ୍କ ଧର୍ମପତ୍ନୀ ଯଜମାନ ଭାବେ ବସି କାର୍ଯ୍ୟ ତୁଲାଇବେ ବୋଲି ସୂଚନା ରହିଛି।

Leave A Reply

Your email address will not be published.