Latest Odisha News

BREAKING NEWS

ପୁଣି ରେଳ ଦୁର୍ଘଟଣା, ଷ୍ଟପର ଭାଙ୍ଗି ଷ୍ଟେସନ ଭିତରକୁ ମାଡ଼ିଗଲା ଟ୍ରେନ

ଭୋପାଳ: ଛତିଶଗଡ଼ର ବିଳାସପୁରରେ ରେଳ ଦୁର୍ଘଟଣା। ବିଳାସପୁର ରେଳ ଷ୍ଟେସନରେ ଘଟିଛି ଏହି ଦୁର୍ଘଟଣା। ଗତ ମଙ୍ଗଳବାର ରାତିରେ ଛତିଶଗଡ଼ ଏକ୍ସପ୍ରେସ ସିଗନାଲ ଭାଙ୍ଗି ଷ୍ଟେସନରେ ଥିବା ଷ୍ଟପର ଉପରକୁ ଚଢି ଯାଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଯାତ୍ରୀଙ୍କ ମଧ୍ୟରେ ହୋ ହଲ୍ଲା ଦେଖାଦେଇଥିଲା। ତେବେ ରିପୋର୍ଟ ଲେଖାଯିବା ବେଳକୁ କୌଣସି ମୃତାହତ ହୋଇନଥିବା ସୂଚନା ରହିଛି। ସେପଟେ ଏହି ଦୁର୍ଘଟଣା ପରେ ରେଳବାଇ କର୍ମଚାରୀଙ୍କ ଖାମଖିଆଲି ନୀତିକୁ ଦାୟୀ କରିଛନ୍ତି। ଏହି ଦୁର୍ଘଟଣାକୁ ନେଇ କିନ୍ତୁ କୌଣସି ରେଳବାଇ କର୍ତ୍ତୃପକ୍ଷ ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି।

ମିଳିଥିବା ସୂଚନା ଅନୁଯାୟୀ ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ଦିନ ଦିଲ୍ଲୀରୁ ଆସୁଥିବା ଛତିଶଗଡ ଏକ୍ସପ୍ରେସ ବିଲାସପୁର ଷ୍ଟେସନର ପ୍ଲାଟଫର୍ମ ନମ୍ବରକୁ ଆସିବା ପରେ ଏହାର ଇଞ୍ଜିନ ଷ୍ଟପର (ଡେଡ ଏଣ୍ଡ) ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ଟ୍ରେନ୍ ଇଞ୍ଜିନ କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି। ଏହି ଧକ୍କା ଏତେ ଶକ୍ତିଶାଳୀ ଥିଲା ଯେ ଡେଡ ଏଣ୍ଡ ସାମ୍ନାରେ ଥିବା ଟାଇଲଗୁଡିକ ଭାଙ୍ଗି ଛିଟିକି ପଡ଼ିଥିଲା। କୁହାଯାଉଛି ଯେ ଏହି ଘଟଣା ରାତି ପ୍ରାୟ ସାଢେ ୮ଟା ସମୟରେ ଘଟିଛି। ଦୁର୍ଘଟଣା ପରେ ଅନେକ ଟ୍ରେନର ପ୍ଲାଟଫର୍ମ ନମ୍ବର ପରିବର୍ତ୍ତନ କରାଯାଇଥିଲା। ଏହାପୂର୍ବରୁ ଜାନୁଆରୀ ୧୪ରେ, ଭୋର ପ୍ରାୟ ଗୋଟାଏ ସମୟରେ ବାଲୋଦ ଜିଲ୍ଲାର ଦଲ୍ଲୀରାଜହରା ରେଳ ଷ୍ଟେସନରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଥିଲା। ଯେଉଁ କାରଣରୁ ପ୍ଲାଟଫର୍ମ ନମ୍ବର ୧,୨, ଚଳାଚଳ କରି ପ୍ଲାଟଫର୍ମ ୧, ୨ ଏବଂ ୩ ପ୍ରଭାବିତ ହୋଇଥିଲା।

ଏହି ଦୁର୍ଘଟଣା ଯୋଗୁଁ ଅନେକ ଯାତ୍ରୀବାହୀ ଟ୍ରେନ୍ ପ୍ରଭାବିତ ହୋଇଥିଲା। ଗୋଟିଏ ମାସ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ଟ୍ରେନ୍ ଦୁର୍ଘଟଣା। ଏହା ବ୍ୟତୀତ ଅନ୍ତାଗଡ଼ରୁ ଦୁର୍ଗ ଅଭିମୁଖେ ଯାଉଥିବା ପାସେଞ୍ଜର ଟ୍ରେନର ଯାତ୍ରୀମାନଙ୍କୁ ମଧ୍ୟ ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ିଥିଲା।

Leave A Reply

Your email address will not be published.