ଭୁବନେଶ୍ୱର : ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀର ତୃତୀୟ ଦିବସରେ ଅତିବଡ଼ି ଜଗନ୍ନାଥ ଦାସ ପ୍ରକୋଷ୍ଠରେ ଫକୀର ମୋହନ ବିଶ୍ଵବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଶିବ ପ୍ରସାବ ଆଧୁକାରୀଙ୍କ ଅଧକ୍ଷତାରେ “ବିଜ୍ଞାନର ଭାଷା ଭାବେ ଓଡ଼ିଆ ଶୀର୍ଷକ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ପଦାର୍ଥ ବିଜ୍ଞାନୀ ଲମ୍ବୋଦର ପ୍ରସାଦ ସିଂ, ଆଞ୍ଚଳିକ ନିକିତ୍ସା ଗବେଷଣା କେନ୍ଦ୍ରର ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି, କୃଷି ବିଜ୍ଞାନୀ ସ୍ନାତି ନାୟକ, ରସାୟନ ବିଜ୍ଞାନୀ ଚିତ୍ତରଞ୍ଜନ ମିଶ୍ର, ବିଶିଷ୍ଟ ପରିବେଶବିତ୍ ଜୟକୃଷ୍ଣ ପାଣିଗ୍ରାହୀ ପ୍ରମୁଖ ଆଲୋଚକ ଭାବରେ ଯୋଗ ଦେଇଥିଲେ ।
‘ବନ୍ଦେ ଉତ୍କଳ ଜନନୀ’ ସଂଗୀଜର ଚତୁର୍ଥ ପାଦରୁ ଓଡ଼ିଶା ଏକ ଜ୍ଞାନବିଜ୍ଞାନର ଶିକ୍ଷେତ୍ର ବୋଲି ଜଣାଯାଏ । ଓଡ଼ିଆ ଭାଷାର ଏକ ସ୍ୱତନ୍ତ୍ର ଭାଷା ଏବଂ ଲିପି ରହିଛି । ଜୀନ୍, ଋଷ ଦେଶ ଭଳି ଓଡ଼ିଆ ଭାଷାରେ ବୈଷୟିକ ଜ୍ଞାନର ପ୍ରୟୋଗ ପାଇଁ ଦକ୍ଷ ଅନୁବାଦଳ, ସଫ୍ଟୱେୟାର ଏବଂ ସ୍ୱତନ୍ତ୍ର ଭାଷାକୋଷର ଆବଶ୍ୟକତା ରହିଛି ।
ଲୋକପ୍ରିୟତା, ପୁସ୍ତକ ଓ ଗବେଷଣା ବିଶ୍ୱସ୍ତରରେ ଇଂରାଜୀ ଭାଷାର ପ୍ରାୟୋଗ ଯଦିଓ ଓଡ଼ିଆ ଭଳି କୌଣସି ପ୍ରାନ୍ତୀୟ ଭାଷା ଦ୍ଵାରା ପରିବର୍ତ୍ତନ କରାଯାଇନପାରେ, କିନ୍ତୁ ବିଶ୍ଵର ପ୍ରସିଦ୍ଧ ବିଜ୍ଞାନ ପୁସ୍ତକଗୁଡ଼ିକର ମାନୋଗ୍ରାଫ୍ ବା ଓଡ଼ିଆ ଅନୁବାଦ କରାଯାଇପାରିବ । ଏହା ସହ କୃଷି କ୍ଷେତ୍ରରେ ବିକଶିତ ନୂତନ ଜ୍ଞାନକୌଶଳକୁ କୃଷକମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ଓଡ଼ିଆ ଭାଷାର ବହୁଳ ଆବଶ୍ୟକତା ରହିଛି ।ଦ୍ୱାରା ବିଜ୍ଞାନର ପ୍ରଚାରପ୍ରସାର ପାଇଁ ୧୯୫୨ ମସିହାରେ ‘କଳିଙ୍ଗ ପୁରସ୍କାର’ ଆରମ୍ଭ ହୋଇଥିଲା । ଆମ ସମ୍ବିଧାନ ମଧ୍ୟ ବୈଜ୍ଞାନିକ ମାନସିକତାକୁ ପ୍ରାଧାନ୍ୟ ଦେଇଛି । ତେଣୁ ମାତୃଭାଷା ଏବଂ ବିଜ୍ଞାନକୁ ସମ୍ମାନ ଦେବା ପ୍ରତ୍ୟେକ ଓଡ଼ିଆଙ୍କ ନୈତିକ କର୍ତ୍ତବ୍ୟ ବୋଲି ଆଲୋଚକମାନେ ମତବ୍ୟକ୍ତ କରିଥିଲେ।
ଶୁଭଙ୍କର ବେଦାନ୍ତଙ୍କ ସଂଯୋଜନାରେ ଆୟୋଜିତ ଏହି ଅଧିବେଶନରେ ଛାତ୍ରବକ୍ତା ସୁଶ୍ରୀ କିରଣ ସାହୁ ବକ୍ତବ୍ୟ ପ୍ରଦାନ କରିଥିଲେ ଏବଂ ପରି ଶେଷରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଅଶ୍ଵଥ୍ ଏସ୍ ଅତିଥି ବକ୍ତାମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ
।
Comments are closed.