Latest Odisha News

କାରକୁ ପଛରୁ ପିଟିଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ଦୁଇ ମହିଳା

ଭୁବନେଶ୍ବର: ଭୁବନେଶ୍ୱର ନୟାପଲ୍ଲୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କାରକୁ ପଛପଟୁ ଧକ୍କା ଦେଇଛି ଏକ ଟ୍ରକ୍ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ରାସ୍ତାର ଆରପଟେ ଆସି କାରଟି ଛିଟିକି ପଡ଼ିଥିଲା । ରାସ୍ତା ମଝିରେ ଥିବା ଡିଭାଇଡରକୁ ଭାଙ୍ଗି କାରଟି ଦୁର୍ଘଟଣା ଘଟିଛି ।

କାର ଭିତରେ ଥିବା ଦୁଇ ଜଣ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଦୁର୍ଘଟଣାରେ ଉଭୟ ମହିଳା ଆହତ ହୋଇଥିବାବେଳେ, ଉଭୟଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭର ଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।

ଦୁର୍ଘଟଣାସ୍ଥଳରେ ଉପସ୍ଥିତ ଲୋକଙ୍କ ଠାରୁ ଖବରପାଇ ନୟାପଲ୍ଲୀଥାନା ପୋଲିସ ପହଞ୍ଚି ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛି । ରାସ୍ତାରେ ଲାଗିଥିବା ସିସିଟିଭି ଆଧାରରେ ଟ୍ରକର ବେଗ ଓ ଟ୍ରକର ନମ୍ବର ସ୍ପଷ୍ଟ କରି ଟ୍ରକ ଡ୍ରାଇଭରକୁ ଧରିବାକୁ ତଦନ୍ତ ଜାରି ରଖିଛି ପୋଲିସ ।

Comments are closed.