Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଶ୍ରୀମନ୍ଦିରର ଶୈଳୀ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରର ଆଲୋଚନା ଜାରିଥିବା ସମୟରେ ଗୋଟିଏ କଥା ମନକୁ ଆସେ ଏହି ମନ୍ଦିରର ଶୈଳୀ କଣ?
ଏ ବିଷୟରେ ଥିବା ଶିଳାଲେଖ ଅନୁଧ୍ୟାନ କଲେ ଜଣାଯାଏ ଯେ ଭାରତରେ ମୁଖ୍ୟତଃ ଚାରି ପ୍ରକାର ସ୍ଥାପତ୍ୟ ଶୈଳୀ ଦେଖାଯାଏ ଯଥା
ନାଗର,କଳିଙ୍ଗ, ଦ୍ରାବିଡ଼, ବେଶର। କିନ୍ତୁ ଅଧିକାଂଶ ଶିଳ୍ପଶାସ୍ତ୍ରରେ କଳିଙ୍ଗ ସ୍ଥାପତ୍ୟର ଆଲୋଚନା ବିଶେଷ ଦେଖାଯାଏନି।କେତେକ ଗବେଷକ ଏହାକୁ ନାଗର ଶୈଳୀର ଏକ ଉପଶୈଳୀ ବୋଲି କହିଥାନ୍ତି। କିନ୍ତୁ ଖ୍ରୀଷ୍ଟିୟ ପଞ୍ଚମ ଷଷ୍ଠ ଶତାବ୍ଦୀଠାରୁ ଆରମ୍ଭ କରି ପଞ୍ଚଦଶ ଶତାବ୍ଦୀ ପର୍ଯ୍ୟନ୍ତ ଓଡ଼ିଶାରେ ଯେଉଁ ସ୍ୱତନ୍ତ୍ର ଶୈଳୀର ବିକାଶ ଘଟିଥିଲା ତାହା ହିଁ କଳିଙ୍ଗ ଶୈଳୀର ମୂଖ୍ୟ ଉଦାହରଣ ହୋଇ ରହିଛି ଓ ତା ଭିତରେ ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିର ସର୍ବ ଶ୍ରେଷ୍ଠ ଉଦାହରଣ ହୋଇ ରହିଛି। ଏହାପରେ ଆମେ ନିଆଳିର ମାଧବ ମନ୍ଦିର ଓ ଏକ୍ରାମର ଅନନ୍ତ ବାସୁଦେବ ମନ୍ଦିରର ଉଦାହରଣକୁ ନେଇ ପାରିବା। ଏହି ତିନୋଟି ବିଷ୍ଣୁ ମନ୍ଦିର, ବାକି ଅଧିକାଂଶ ମନ୍ଦିର ଯାହା କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ନିର୍ମିତ ତାହା ପ୍ରାୟ ଶୈବ ମନ୍ଦିର। କୁହାଯାଏ ଏହି କଳିଙ୍ଗ ସ୍ଥାପତ୍ୟର ସ୍ରଷ୍ଠା ହେଲେ “ମୟ “ନାମକ ଜଣେ ଶିଳ୍ପୀ ନିଆଳିର ଶୋଭନେଶ୍ୱର ମନ୍ଦିରର ଅଭିଲେଖରେ ଓ ଏକ୍ରାମର ଅନନ୍ତ ବାସୁଦେବ ମନ୍ଦିରର ଅବିଲେଖ ରେ ଏହି “ମୟ “ଶିଳ୍ପୀ ଙ୍କ ନାମ ଉଲ୍ଲେଖ ଅଛି। ବିଭିନ୍ନ ପୁରାଣରେ ମଧ୍ୟ ଏହି “ମୟ “ଶିଳ୍ପୀଙ୍କ ଵିଷୟରେ ପ୍ରମାଣ ମିଳୁଛି। ତେଣୁ ଐତିହାସିକ ମତରେ “କଳିଙ୍ଗ “ସ୍ଥାପତ୍ୟ କଳା ଏକ ସ୍ୱତନ୍ତ୍ର ଓ ସୁନ୍ଦର ସ୍ଥାପତ୍ୟ କଳା ଭାବରେ ନିଜକୁ ପ୍ରତିପାଦିତ କରିଛି। ଆଗାମୀ ଅଧ୍ୟାୟରେ ଜାଣିବା ଏହି କଳିଙ୍ଗ ସ୍ଥାପତ୍ୟ ବିଷୟରେ ବିଶେଷ ବିବରଣୀ ବର୍ତ୍ତମାନ ଆରାଧନା ଓ ଭାଗବତ ପଠନ।

ଦ୍ୱାପରେ ପୂଜାର ବିଧାନ
କଳିରେ ନାମ ସଂକୀର୍ତ୍ତନ ।
ସକଳେ କର୍ମେ ଆତଜାତ
କର୍ମ ବନ୍ଧନେ ତାତମାତ

ଜୟ ଜଗନ୍ନାଥ (ଦ. ତ୍ରୀ. ଉବାଚ )

Comments are closed.