Latest Odisha News

ରାଜ୍ୟସଭା ନିର୍ବାଚନ; ଆଜି ନାମାଙ୍କନ ଭରିବେ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ

ଭୁବନେଶ୍ବର: ଆଜି ନାମାଙ୍କନ ଭରିବେ ବିଜେଡିର ଦୁଇ ରାଜ୍ୟସଭା ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ । ପ୍ରଥମେ ଉଭୟ ନବୀନ ନିବାସ ଯାଇ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବେ। ପରେ ସେମାନେ ବିଧାନସଭା ଯାଇ ନାମାଙ୍କନ ଦାଖଲ କରିବେ ।

ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ୩ଟି ଆସନ ମଧ୍ୟରୁ ୨ଟି ଆସନ ପାଇଁ ବିଜେଡି ନିଜର ପ୍ରାର୍ଥୀ ଘୋଷଣା କରିଛି । ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛି ବିଜୁ ଜନତା ଦଳ । ତେବେ ତୃତୀୟ ପ୍ରାର୍ଥୀ କିଏ ହେବ ସେ ନେଇ କଳ୍ପନା ଜଳ୍ପନା ଜାରି ରହିଛି ।

ବିଜେଡି ନେତା ଦେବାଶିଷ ସାମନ୍ତରାୟ ଦୁଇ ଦଇ ଥର ୨୦୦୯ ଏବଂ ୨୦୧୪ରେ ବିଜେଡି ଟିକେଟରୁ କଟକ ବାରବାଟୀ ଆସନରୁ ଲଢି ବିଜୟୀ ହେଇଥିଲେ । ସେହିପରି ପୁରୀର ଯୁବ ନେତା ଶୁଭାଶିଷ ଖୁଣ୍ଟିଆ ଗତ କିଛି ବର୍ଷ ଧରି ପୁରୀ ରାଜନୀତିରେ ସକ୍ରିୟ ରହିଛନ୍ତି । ଉଭୟଙ୍କୁ ଏବେ ବିଜୁ ଜନତା ଦଳ ଟିକେଟ୍ ଦେଇ ସଂସଦ ପଠାଇବାକୁ ଯୋଜନା କରିଛି ।

ତେବେ ଓଡିଶାରୁ ୩ଟି ରାଜ୍ୟସଭା ଆସନ ଖାଲି ହେଉଛି । ଆସନ୍ତା ଏପ୍ରିଲ ୩ରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦ ଓ ଅମର ପଟ୍ଟନାୟକଙ୍କ କାର୍ଯ୍ୟ କାଳ ସରୁଛି । ଆସନ୍ତା ୨୭ ତାରିଖରେ ଓଡ଼ିଶାର ୩ ଆସନ ସହ ୧୫ ରାଜ୍ୟର ୫୬ଟି ରାଜ୍ୟସଭା ସିଟ୍ ପାଇଁ ହେବ ନିର୍ବାଚନ ।

Leave A Reply

Your email address will not be published.