Latest Odisha News

ଯୁକ୍ତ ୨ ପରୀକ୍ଷା: କ’ଣ କରିବେ, କରିବେ ନାହିଁ; ଛାତ୍ରଛାତ୍ରୀଙ୍କ ପାଇଁ ସିଏଚଏସଇ ମାର୍ଗଦର୍ଶିକା

ଭୁବନେଶ୍ୱର: ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଥିବା ଯୁକ୍ତ ୨ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି। ପରୀକ୍ଷା ସମୟରେ ପରୀକ୍ଷାର୍ଥୀମାନେ ଅନୁସରଣ କରିବା ପାଇଁ ଏହି ଆଡଭାଇଜରିରେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଏବଂ ମାର୍ଗଦର୍ଶିକା ରହିଛି।

  1. ଆଡଭାଇଜରି ଅନୁଯାୟୀ, ପରୀକ୍ଷା ସମୟର ଅତି କମରେ ୩୦ ମିନିଟ୍ ପୂର୍ବରୁ ଛାତ୍ରଛାତ୍ରୀମାନେ ସେମାନଙ୍କ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ଉଚିତ୍।
  2. ସେମାନେ କେବଳ କଳା ବଲ୍ ପଏଣ୍ଟ ପେନ୍ ଏବଂ ଆଡମିଟ୍ କାର୍ଡ ପରୀକ୍ଷା ହଲ୍ ଭିତରେ ରଖିବା ଉଚିତ୍।
  3. ସେମାନେ ପରୀକ୍ଷାର ୧୫ ମିନିଟ୍ ପୂର୍ବରୁ ହଲ୍ ଭିତରକୁ ପ୍ରବେଶ କରିବେ ଏବଂ ପରୀକ୍ଷାର ୧୦ ମିନିଟ୍ ପୂର୍ବରୁ ଉତ୍ତର ଖାତା ପାଇବେ। ପରୀକ୍ଷାର ୫ ମିନିଟ୍ ପୂର୍ବରୁ ସେମାନଙ୍କୁ ପ୍ରଶ୍ନପତ୍ର ମଧ୍ୟ ମିଳିବ।
  4. ଛାତ୍ରଛାତ୍ରୀମାନେ ଉତ୍ତର ଖାତା ଓ ପ୍ରଶ୍ନପତ୍ରର ସିରିଏଲ ନମ୍ବର ଓ ପେଜ୍ ନମ୍ବର ଯାଞ୍ଚ କରି କୌଣସି ତ୍ରୁଟି ହେଲେ ତୁରନ୍ତ ଜଣାଇବା ଦରକାର।
  5. ଅତିରିକ୍ତ ଉତ୍ତର ଖାତା ମାଗିବେ ନାହିଁ, କାରଣ ସେଗୁଡିକ ପ୍ରଦାନ କରାଯିବ ନାହିଁ।
  6. ନିଜ ରୋଲ୍ ନମ୍ବର ବ୍ୟତୀତ ପ୍ରଶ୍ନପତ୍ରରେ କିଛି ଲେଖିବା କିମ୍ବା ମାର୍କ କରିବା ଉଚିତ୍ ନୁହେଁ।
  7. ନିଜର ରୋଲ୍ ନମ୍ବର, ରେଜିଷ୍ଟ୍ରେସନ ନମ୍ବର ଏବଂ ଉତ୍ତର ଖାତାରେ ପ୍ରଶ୍ନପତ୍ରର କୋଡ୍ ସଠିକ୍ ଭାବେ ଲେଖିବା ଉଚିତ।
  8. ଉପସ୍ଥାନ ଖାତାରେ ରୋଲ୍ ନମ୍ବର ଯାଞ୍ଚ କରି ଉପସ୍ଥିତି ଦାଖଲ କରିବେ।
  9. ସିସିଟିଭି କ୍ୟାମେରା ନଜରରେ ସକାଳ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଗୋଟିଏ ସିଫ୍ଟରେ ପରୀକ୍ଷା ହେବ।

ଯୁକ୍ତ ୨ ପରୀକ୍ଷା ମାର୍ଚ୍ଚ ୨୦ରେ ଶେଷ ହେବ ଏବଂ ମେ’ ପ୍ରଥମ ସପ୍ତାହରେ ଫଳ ପ୍ରକାଶ ପାଇବ ବୋଲି ଆଶା କରାଯାଉଛି। ଚଳିତବର୍ଷ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ଭଳି ବିଭିନ୍ନ ବିଭାଗର ୩,୮୪,୫୯୭ ଜଣ (୩,୫୯,୦୩୯ ରେଗୁଲାର ଓ ୨୫,୫୫୮ ଜଣ ଏକ୍ସ-ରେଗୁଲାର) ଯୁକ୍ତ ୨ ପରୀକ୍ଷା ଦେବେ।

ଗତବର୍ଷ ତୁଳନାରେ ଏହା ୨୬,୬୫୫ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। କଳାରୁ ୨.୨୧ ଲକ୍ଷ, ବିଜ୍ଞାନରେ ୧.୦୮ ଲକ୍ଷ, ବାଣିଜ୍ୟରୁ ୨୪,୧୫୭ ଏବଂ ଧନ୍ଦାମୂଳକ ବିଭାଗରୁ ୪,୯୭୮ ଜଣ ନିୟମିତ ଛାତ୍ରଛାତ୍ରୀ ରହିଛନ୍ତି। ଫେବ୍ରୁଆରି ୧୬ତାରିଖରୁ ଓଡ଼ିଆ ପ୍ରଶ୍ନପତ୍ର ସହ ବିଜ୍ଞାନ ବିଭାଗ ପରୀକ୍ଷା ଆରମ୍ଭ ହେବ। କଳା ଓ ବାଣିଜ୍ୟ ବିଭାଗପରୀକ୍ଷା ଫେବ୍ରୁଆରି ୧୭ତାରିଖରୁ ଓଡ଼ିଆ ପ୍ରଶ୍ନପତ୍ର ସହ ଆରମ୍ଭ ହେବ। ଧନ୍ଦାମୂଳକ ଶିକ୍ଷା ବିଭାଗ ପରୀକ୍ଷା ଫେବୃଆରୀ ୧୯ରୁ ଇଂରାଜୀ ପେପର ସହିତ ଆରମ୍ଭ ହେବ ।

Comments are closed.