Latest Odisha News

BREAKING NEWS

ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କଲେ ତ୍ରିପୁରା ରାଜ୍ୟପାଳ ଇନ୍ଦ୍ରସେନ ରେଡ୍ଡୀ

ପୁରୀ: ଓଡିଶା ଗସ୍ତରେ ଆସିଛନ୍ତି ତ୍ରିପୁରା ରାଜ୍ୟପାଳ ଇନ୍ଦ୍ରସେନ ରେଡ୍ଡୀ । ପ୍ରଥମେ ରାଜ୍ୟପାଳ ରେଡ୍ଡୀ ଶ୍ରୀକ୍ଷେତ୍ର ପୁରୀରେ ପହଞ୍ଚି ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି । ଶ୍ରୀ ରେଡ୍ଡୀ ସପରିବାର ସହ ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ପହଂଚିବା ପରେ ତାଙ୍କୁ ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନର ଅଧିକାରୀ ମାନେ ସ୍ୱାଗତ କରିବା ସହ ଶ୍ରୀମନ୍ଦିର ଭିତରକୁ ପାଛୋଟି ନେଇଥିଲେ ।

 

ଭିତର କାଠ ନିକଟରେ ରାଜ୍ୟପାଳ ସପରିବାର ସହ ଚତୁର୍ଦ୍ଧାମୂରତିଙ୍କୁ ଦର୍ଶନ କରିବା ପରେ ପୂଜାର୍ଚ୍ଚନା କରିଥିଲେ । ପ୍ରାୟ ଅଧ ଘଣ୍ଟା ସେ ଶ୍ରୀମନ୍ଦିରରେ ଅତିବାହିତ କରିବା ପରେ ସେ ଶ୍ରୀମନ୍ଦିରରୁ ବାହାରି ଭୁବେନେଶ୍ୱର ଫେରିଯାଇଥିଲେ ।

 

Comments are closed.