Latest Odisha News

BREAKING NEWS

ଅଭୟ ନାୟକ ହେଲେ ‘ଅଖିଳ ଭାରତୀୟ ସାହିତ୍ୟ ପରିଷଦ’ର ନୂତନ ଅଧ୍ୟକ୍ଷ

ଭୁବନେଶ୍ୱର : ଉତ୍କଳ ବିଶ୍ୱ ବିଦ୍ୟାଳୟର ପ୍ରାକ୍ତନ ସଂସ୍କୃତ ବିଭାଗ ମୁଖ୍ୟ ରଘୁନାଥ ପଣ୍ଡାଙ୍କ ଅଧ୍ୟକ୍ଷତାରେ ‘ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡ଼ିଶା’ର ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ନିର୍ବାଚନ ଅଧିକାରୀ ବସନ୍ତ କୁମାର ପଣ୍ଡାଙ୍କ ନିର୍ବାଚନ ପରିଚାଳନାରେ ଏକ ନୂତନ କାର୍ଯ୍ୟକାରିଣୀ ନିର୍ବାଚିତ ହୋଇଯାଇଛି । ଏହି ନିର୍ବାଚନରେ ସର୍ବସମ୍ମତି କ୍ରମେ ଅଭୟ କୁମାର ନାୟକ ଅଧ୍ୟକ୍ଷ ରୂପେ ନିର୍ବାଚିତ ହୋଇଥିଲେ।

ଏତତ୍ ବ୍ୟତୀତ ରେଭେନ୍ସା ବିଶ୍ୱବିଦ୍ୟାଳୟର ସ୍ମରପ୍ରିୟା ମିଶ୍ର ଏବଂ ରାମଚନ୍ଦ୍ର ମର୍ଦ୍ଦରାଜ କଲେଜର ପ୍ରାକ୍ତନ ଓଡ଼ିଆ ବିଭାଗ ମୁଖ୍ୟ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ଉପାଧ୍ୟକ୍ଷ ରୂପେ, ସନ୍ତୋଷ କୁମାର ମହାପାତ୍ର ସାଧାରଣ ସମ୍ପାଦକ, ନାରାୟଣ ନାୟକ ସଂଗଠନ ସମ୍ପାଦକ ଏବଂ ଅଜିତ କୁମାର ଦାଶ, ରାମକୃଷ୍ଣ ତ୍ରିପାଠୀ, ପ୍ରତିଭା ପ୍ରିୟଦର୍ଶିନୀଙ୍କୁ ସମ୍ପାଦକ ରୂପେ ନିର୍ବାଚିତ କରାଯାଇଥିଲା। ପ୍ରଦୀପ୍ତ କୁମାର ଦାସଙ୍କୁ କୋଷାଧ୍ୟକ୍ଷ ଏବଂ ପ୍ରମୋଦିନୀ ଜେନା, ଶିଵପ୍ରିୟା ମିଶ୍ର, କାଳୀକିଙ୍କର ପଟ୍ଟନାୟକ, ଅବିନାଶ ଦାସ, ଭ୍ରମରବର ସାହୁ, ସୁଶ୍ରୀ ସଂଯୁକ୍ତା ପରିଚ୍ଛା, କଲ୍ୟାଣୀ ମିଶ୍ର, ଗୋପାଳକୃଷ୍ଣ ପାଢ଼ୀ, ଗିରିଜା ଶଙ୍କର ରଥ, ରମାକାନ୍ତ ମହାନ୍ତ, ପ୍ରମୋଦ କୁମାର ପରିଡ଼ା, ରଘୁନାଥ ଓଝାଙ୍କୁ ସଦସ୍ୟରୂପେ ନିର୍ବାଚିତ କରାଯାଇଥିଲା।

Comments are closed.