Latest Odisha News

BREAKING NEWS

ଭାଷା ଭାଗବତ : ପଠନ ସ୍ପୃହା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ 

ଭୂକଂପ ଅବା ଭୂସ୍ଖଳନ
ସମଗ୍ର ପୃଥିବୀ ବିଦୀର୍ଣ
ଏଯାଏଁ କରିପାରିନାହିଁ
ଅଯଥା ଚିଂତିତ କିପାଇଁ

ଭୀଷଣ ବନ୍ୟା ଓ ମରୁଡ଼ି
ମଣିଷ ସହେ ଏଠି ପଡ଼ି
ହୁଏନି ପୂର୍ଣ ବିଲୋପନ
ଏ ତଥ୍ୟ ନୁହି ଭିତ୍ତିହୀନ

କଥିତ, ଲିଖିତ ଭାଷାରେ
ଅନେକ ତ୍ରୁଟି ଥାଇପାରେ
ଭାଷାର ସ୍ଥିତିସ୍ଥାପକତା
ତିଷ୍ଠାଇ ରଖେ ନିଜ ସତ୍ତା

କଥା କହିଲେ ହୁଏ ତ୍ରୁଟି
ତା ଶୁଣି ହେଲେ କେହି ଘାଂଟି
ହୁଏନି ତ୍ରୁଟି ସଂଶୋଧନ
ଏ ସତ୍ୟ ବୁଝ ଆଉ ଜାଣ

ପାଠକେ ତ୍ରୁଟିଭରା ପାଠ
ଦେଖିଲେ ହୋଇ ଏକନିଷ୍ଠ
କରଂତିନାହିଁ ଅଧ୍ୟୟନ
ସର୍ବଦା ଘାଂଟିହୁଏ ମନ

ପଠନାଗ୍ରହ ଗଲେ କମି
ଗ୍ରଂଥରେ ଧୂଳି ରହେ ଜମି
କେବଳ ହୋଇଲେ ସାଇତା
ବଢ଼େନି ବହିର ମହତ୍ତା

ପାଠକ ନ ଥିଲେ ପୁସ୍ତକ
ଖାଆଂତି କୀଟ ଆଉ ପୋକ
ଖୋଲା ହୁଏନି ବହି ପୃଷ୍ଠା
ନିଷ୍ଫଳ ହୁଏ ସବୁ ଚେଷ୍ଟା

ବହି ନ କଲେ ବ୍ୟବହାର
ମେଧା ବି ହୁଏନି ଉର୍ବର
କମିଗଲେ ପଠନ ସ୍ପୃହା
ଆଗକୁ ଦିଶେନାହିଁ ରାହା

Leave A Reply

Your email address will not be published.