Latest Odisha News

BREAKING NEWS

ଶାଳୀର ଶବକୁ ଭିଣୋଇ ସାଇକେଲରେ ଶ୍ମଶାନ ବୋହିଲେ

ବୌଦ୍ଧ : ସାଇକେଲରେ ଶବ ଗଲା ଶ୍ମଶାନକୁ । ନିଜେ ଭିଣୋଇ ଅନ୍ତିମ ସଂସ୍କାର ଲାଗି ଶାଳୀର ଶବକୁ ସାଇକେଲରେ ବୋହି ବୋହି ଶ୍ମଶାନକୁ ନେଲେ । ଶବ କାନେ୍ଧଇବାକୁ ସମସ୍ତେ ଅମଙ୍ଗ ହେବାରୁ ବାଧ୍ୟ ହୋଇ ଭିଣୋଇ ଏକୁଟିଆ ସାଇକେଲରେ ଶବ ବୋହିଲେ । ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଯାଇଛି ବୌଦ୍ଧରେ ।

 

ଯେମିତି ମାନବିକତା ହଜିଯାଇଛି । ମଣିଷ ମଣିଷକୁ ଆଉ ଚିହ୍ନିପାରୁନି । ମୃତ୍ୟୁପରେ ମଧ୍ୟ ଚାରିକାନ୍ଧ ଶ୍ମଶାନକୁ ନେବାକୁ ଅମଙ୍ଗ ହେଲେ ଲୋକ । ଏପରି ଏକ ଦୁଃଖଦାୟକ ଘଟଣା ଘଟିଯାଇଛି ବୌଦ୍ଧ ବ୍ଲକ ଅନ୍ତର୍ଗତ ବ୍ରାହ୍ମଣପାଲି ପଞ୍ଚାୟତର କୃଷ୍ଣପାଲି ଗ୍ରାମରେ । ମୃତା ମହିଳା ଜଣକ ହେଲେ ପାଞ୍ଚ ମହାକୁଡ଼ ।

ମିଳିଥିବା ସୂତ୍ରରୁ ଜଣାପଡ଼ିଛି, ଭିଣୋଇ ଚତୁର୍ଭୁଜ ଅନ୍ୟ ଏକ ଜାତିରେ ଦ୍ୱିତୀୟ ବିବାହ କରିଥିବାରୁ ତାଙ୍କୁ ଗ୍ରାମରୁ ବାସନ୍ଦ କରାଯାଇଥିଲା । ମହିଳା ଜଣକ ଗତ ଦୁଇଦିନ ହେବ ଡାଇରିଆ ରୋଗରେ ଆକ୍ରାନ୍ତ ହୋଇ ବୌଦ୍ଧ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧିନ ଅବସ୍ଥାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ।

ତେବେ ଶ୍ମଶାନକୁ କାନେ୍ଧଇ ନେବାକୁ କେହି ନଆସିବାରୁ ନିଜେ ଭିଣୋଇ ଚତୁର୍ଭୁଜ ନିଜ ସାଇକେଲରେ ଶବକୁ ବୋହି ଶ୍ମଶାନକୁ ନେଇଥିଲେ । ଏହି ଘଟଣାଟି ଏବେ ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।

Leave A Reply

Your email address will not be published.