ଭୁବନେଶ୍ୱର : ରାଷ୍ଟ୍ରବାଦକୁ ଭୁଲି ଅନୁପ୍ରବେଶକାରୀଙ୍କୁ ସମର୍ଥନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଅନୁପ୍ରବେଶକାରୀଙ୍କୁ କୌଣସି ଦେଶ ପ୍ରସୟ ଦିଏ ନାହିଁ । ଆସାମର ନ୍ୟାସନାଲ ରେଜିଷ୍ଟର ଅଫ ସିଟିଜେନ ତାଲିକାରୁ ୪୦ ଲକ୍ଷ ଅନୁପ୍ରବେଶକାରୀ ବାଦ ପଡିବା ପ୍ରସଙ୍ଗରେ କଂଗ୍ରେସ, ସପା, ଆପ୍, ତୃଣମୂଳକଂଗ୍ରେସ ସମେତ ବିଭିନ୍ନ ବିରୋଧୀ ଦଳର ବୟାନ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ କହିବା ସହ ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ।
୧୯୭୧ ମସିହାରେ ଭାରତ – ପାକିସ୍ତାନ ଯୁଦ୍ଧ ପରେ ବାଲାଂଦେଶ ସୃଷ୍ଟି ହୋଇଥିବା ସମୟରେ କୋଟି କୋଟି ବାଲାଂଦେଶୀ ଭାରତରେ ପ୍ରବେଶ କରିଥିଲେ । ସେ ସମୟରେ ଯେଉଁମାନେ ଆସିଥିଲେ ସେମାନଙ୍କୁ ଫେରାଇନେବା ପାଇଁ କୁହାଯାଇଥିଲା । ପରେ ଆସାମରେ ଅନୁପ୍ରବେଶକାରୀ ଏବଂ ମୂଳ ବାସିନ୍ଦା ଆସାମ ଲୋକଙ୍କ ସହ ବିଭିନ୍ନ ସମସ୍ୟା ଉପୁଜିଥିଲା । ଏହାକୁ ବିରୋଧ କରି ଅଲ ଆସାମ ଷ୍ଟୁଡେଂଟ ୟୁନିଅନ ଏବଂ ଆସାମ ସାହିତ୍ୟ ସଭା ମାଧ୍ୟମରେ ଏକ ଆନ୍ଦୋଳନ ଆରମ୍ଭ ହୋଇଥିଲା । ୧୯୮୫ ମସିହାରେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଏନଆରସି ପ୍ରସ୍ତୁତ କରି ଅବୈଧ ଶରଣାର୍ଥୀ ଚିହ୍ନଟ କରି ସିଟିଜେନ ରେଜିଷ୍ଟରରରୁ ବାହାର କରିବା ପାଇଁ ଉଦ୍ୟମ କରଥିଲେ ମଧ୍ୟ ସଫଳ ହୋଇନଥିଲ ।
ଏବେ ସୁପ୍ରିମ କୋର୍ଟ ଏନଆରସି ଡ୍ରାଫ୍ଟ ପ୍ରସ୍ତୁତ ପ୍ରସଙ୍ଗରେ ସଂସଦ ଗୃହରେ କଂଗ୍ରେସ ଦଳର ବୟାନ ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଭୋଟ ବ୍ୟାଙ୍କ ରାଜନୀତିରେ ବିଶ୍ୱାସ କରୁଥିବା କଂଗ୍ରେସ ଏବଂ ତାଙ୍କୁ ସମର୍ଥନ କରୁଥିବା ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ଏହି ପ୍ରସଙ୍ଗରେ ଗୃହଯୁଦ୍ଧ କରିବା ପାଇଁ ମନ୍ତବ୍ୟ ଦେବା ମଧ୍ୟ ଅତ୍ୟନ୍ତ ନିନ୍ଦନୀୟ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତ୍ତର ରଖି ଶ୍ରୀ ମହାନ୍ତି କହିଥିଲେ ଯେ, ସଂସଦ ଗ୍ୃହରେ କେବଳ ବିଜେଡି ରାଷ୍ଟ୍ରବାଦକୁ ସମର୍ଥନ କରିଥିଲା । ଗତକାଲି ବିଜେଡି ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ତାଙ୍କ ମୂଳ ଉତ୍ପତି ଏବଂ ବିଚାରଧାରକୁ ନେଇ ବକ୍ତବ୍ୟ ରଖିବା ଅତ୍ୟନ୍ତ ଗ୍ରହଣୀୟ । ଏଥି ସହ ପୂର୍ବରୁ ଏବିଭିପି ସହ ରହିଥିବା ଶ୍ରୀ ଆଚାର୍ଯ୍ୟ ରାଷ୍ଟବାଦକୁ ସମର୍ଥନ କରିବାରୁ ତାଙ୍କୁ ବିଜେପି ଧନ୍ୟବାଦ ଜଣାଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।