Latest Odisha News

BREAKING NEWS

ଲାଗୁ ହେଲା ଆଦର୍ଶ ଆଚରଣ ସଂହିତା: କଣ ରହିଛି ନିୟମ, ଜାଣନ୍ତୁ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ଆଗମ୍ଭ ହେଲା କାଉଣ୍ଟଡାଉନ୍। ଭୋଟ୍‌ ଗ୍ରହଣ ପାଇଁ ତାରିଖ ଘୋଷଣା କଲେ ନିର୍ବାଚନ କମିଶନ। ମୋଟ ୭ଟି ପର୍ଯ୍ୟାୟରେ ସାରା ଦେଶରେ ହେବ ଭୋଟ ଗ୍ରହଣ। ସେପଟେ ତାରିଖ ଘୋଷଣା ହେବା ମାତ୍ରେ ଆଦର୍ଶ ଆଚରଣ ସଂହିତା ଲାଗୁ ହୋଇଯାଇଛି। ଏହି କୋଡ୍ ଅଫ୍ କଣ୍ଡକ୍ଟ ଲାଗୁ ହେଲେ ରାଜନୈତିକ ଦଳର ହୋଡିଂ, ବ୍ୟାନର, ପୋଷ୍ଟର କାଢି ଦିଆଯାଏ। ଏପରିକି ସରକାରୀ ଯୋଜନାର ହୋଡିଂ ବି କାଢି ଦିଆଯାଏ।

ଏହି ସମୟରେ କୌଣସି ଦଳ ନିଜର ପ୍ରଚାର କରିପାରିବ ନାହଁ। ଯଦି ଏପରି ହୁଏ ତେବେ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ନିର୍ବାଚନ କମିଶନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ରାଜନୈତିକ ଦଳ, ନେତା ମନ୍ତ୍ରୀ କିମ୍ବା ଜଣେ ସାଧାରଣ ଲୋକ ମଧ୍ୟ ଆଚରଣ ବିଧି ଉଲ୍ଲଂଘନ କରନ୍ତି, ତେବେ ତାଙ୍କୁ ଜେଲ ମଧ୍ୟ ଯିବାକୁ ପଡିପାରେ। ଆଚରଣ ସଂହିତାର ଉଲଙ୍ଘନ ବିଷୟରେ ସିଧାସଳଖ ନିର୍ବାଚନ କମିଶନଙ୍କୁ ସୂଚନା ଦିଆଯିବ।

କମିଶନ ଦ୍ରୁତ ଗତିରେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବେ। ତେବେ ଏହି ସମୟରେ କୌଣସି ସରକାରୀ କାମ ବନ୍ଦ ହୁଏ ନାହିଁ। ଯେପରିକି ପେନସନ କାମ,ଆଧାର କାର୍ଡ, ଜାତି ପ୍ରମାଣପତ୍ର ତିଆରି କାମ ଜାରି ରହିବ । ବିଜୁଳି, ପାଣି, ସ୍ୱଚ୍ଛତା ସହ ଜଡିତ ସମସ୍ତ କାମ ଜାରି ରହିବ । ସେହିପରି ଚିକିତ୍ସା ପାଇଁ ଆର୍ଥିକ ସହଯୋଗ ନେଇପାରିବେ ।

Comments are closed.