Latest Odisha News

ଆସନ୍ତାକାଲି କଂଗ୍ରେସ ଘୋଷଣା କରିପାରେ ପ୍ରାର୍ଥୀ ତାଲିକା

ଭୁବନେଶ୍ୱର: ନିର୍ବାଚନ ପାଇଁ ବିଜେପି, ବିଜେଡି ଓ କଂଗ୍ରେସ ସମେତ ଓଡ଼ିଶାର ପ୍ରମୁଖ ରାଜନୈତିକ ଦଳମାନେ ବିଧାନସଭା ଓ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବା ପୂର୍ବରୁ ସମୟ ନେଉଛନ୍ତି। ଏଯାବତ କୌଣସି ଦଳ ଉଭୟ ବିଧାନସଭା ଓ ଲୋକସଭା ଆସନ ପାଇଁ ସମସ୍ତ ପ୍ରାର୍ଥୀ ଘୋଷଣା କରିନାହାନ୍ତି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି)ର ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେ ଦଳ ଖୁବ୍ ଶୀଘ୍ର ନିଜର ପ୍ରାର୍ଥୀ ଘୋଷଣା କରିବ।

ସ୍କ୍ରିନିଂ ଓ କେନ୍ଦ୍ରୀୟ ନିର୍ବାଚନ କମିଟି (ସିଇସି) ବୈଠକ ବସିଥିବା ବେଳେ ଓଡ଼ିଶାର ଉଭୟ ବିଧାନସଭା ଓ ଲୋକସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିବାକୁ ଯାଉଛି। ପିସିସି ସଭାପତି ପ୍ରାର୍ଥୀ ତାଲିକା ସିଇସିଙ୍କ ନିକଟରେ ଦାଖଲ କରିବା ପରେ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା କଂଗ୍ରେସ ପ୍ରଥମ ପର୍ଯ୍ୟାୟ ତାଲିକା ପ୍ରକାଶ କରିପାରେ ବୋଲି ଅନୁମାନ କରାଯାଉଛି।

ତେବେ କଂଗ୍ରେସ ସମସ୍ତ ବିଧାନସଭା ଓ ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଏକାଥରକେ ପ୍ରକାଶ କରିବ ନା ପର୍ଯ୍ୟାୟରେ ତାହା ଅନିଶ୍ଚିତତା ଭିତରେ ରହିଛି।

ପୂର୍ବରୁ କଂଗ୍ରେସ ନେତାମାନେ ମାର୍ଚ୍ଚ ପ୍ରଥମ ସପ୍ତାହ ସୁଦ୍ଧା ପ୍ରାର୍ଥୀ ତାଲିକା ପ୍ରକାଶ କରିବାକୁ ଯୋଜନା କରିଥିଲେ। କିନ୍ତୁ ଓଡ଼ିଶାରେ ସମ୍ଭାବ୍ୟ ବିଜେଡି-ବିଜେପି ମେଣ୍ଟକୁ ନେଇ କଳ୍ପନାଜଳ୍ପନା ଚାଲିଥିବାରୁ ଏହି ରଣନୀତି ବିଳମ୍ବିତ ହୋଇଛି, ଯାହା ରାଜ୍ୟରେ ରାଜନୈତିକ କାର୍ଯ୍ୟକଳାପକୁ ସରଗରମ କରିଛି। ପରବର୍ତ୍ତୀ ସମୟରେ ଉଭୟ ବିଜେପି ଓ ବିଜେଡି ଏକାକୀ ନିର୍ବାଚନ ମୈଦାନକୁ ଓହ୍ଲାଇବେ ବୋଲି ସ୍ପଷ୍ଟ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ବିଜେଡି ୧୪୭ ବିଧାନସଭା ଆସନରୁ ୭୨ଟି ଓ ୨୧ଟି ଲୋକସଭା ଆସନରୁ ୧୫ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି। ଅନ୍ୟପକ୍ଷରେ ବିଜେପି ସମସ୍ତ ୨୧ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ୧୪୭ଟି ବିଧାନସଭା ଆସନ ପାଇଁ ଦଳର ପ୍ରାର୍ଥୀ ଘୋଷଣା କରିନାହିଁ।

Comments are closed.