Latest Odisha News

BREAKING NEWS

ଏସିୟୁ ପୂର୍ବ ମୂଖ୍ୟ କହିଲେ କ୍ରିକେଟ ପ୍ରତି କୋହଲିଙ୍କ ଉତ୍ସର୍ଗୀକୃତ ମନୋଭାବ ପ୍ରଶଂସନୀୟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ବୋର୍ଡର ପୂର୍ବତନ ଆଂଟି କରୋପଶନ ମୂଖ୍ୟ ନୀରଜ କୁମାର ଏକ ସାକ୍ଷାତକାରରେ ଟିମର କେତେକ ଖେଳାଳିଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି । ୨୦୧୫ରୁ ୧୮ ପର୍ଯ୍ୟନ୍ତ ସେ ଏସିୟୁ ଚିଫ ଦାୟିତ୍ୱରେ ଥିଲେ । କ୍ରିକେଟ ପ୍ରତି ବିରାଟ କୋହଲିଙ୍କ ସଚ୍ଚୋଟତା ଓ ଉତ୍ସର୍ଗୀକୃତ ମନୋଭାବ ତାଙ୍କୁ ପ୍ରଭାବିତ କରିଥିଲେ । ସେ ନିଜ ଖେଳକୁ ସୁଧାରିବା ପାଇଁ କଠିନ ଅଭ୍ୟାସ କରୁଥିଲେ । ସେହିପରି ଭୁବନେଶ୍ୱର କୁମାର ଓ ଅଜିଙ୍କ୍ୟ ରାହାଣେଙ୍କୁ ସେ ଭଦ୍ର ଖେଳାଳି ବୋଲି କହିଥିଲେ । ତେବେ କେତେକ ଖେଳାଳି କଥାବାର୍ତା ବେଳେ ଅଭଦ୍ର ଭାଷାର ବ୍ୟବହାର କରୁଥିଲେ ବୋଲି ସେ କହିଛନ୍ତି ।

ବୁଝିବା ପରେ ଜଣାପଡିଥିଲା ସେମାନେ ଏ ଭଳି କଥାବାର୍ତା ହୋଇଥାନ୍ତି । ସମସ୍ତ ଖେଳାଳି ମୋତେ ଉପଯୁକ୍ତ ସମ୍ମାନ ଦେଇଛନ୍ତି । ୩୭ ବର୍ଷ ଧରି ଦେଶର ସେବା କରିଥିବା ଆଇପିଏସ ଅଧିକାରୀ ନୀରଜଙ୍କ ଟିମ ଆଇପିଏଲରେ ସ୍ପଟ ଫିକ୍ସିଂ ଅଭିଯୋଗରେ ଏସ.ଶ୍ରୀସନ୍ଥ, ଅଜିତ ଚାଣ୍ଡିଲା ଓ ଅଙ୍କିତ ଚୌହ୍ୱାନଙ୍କୁ ଗିରଫ କରିଥିଲେ ।

Comments are closed.