Latest Odisha News

BREAKING NEWS

ଟିକେଟ୍ ନମିଳିବା ପରେ ରୁଦ୍ଧଦ୍ବାର ବୈଠକରେ ଅସନ୍ତୋଷ ଝାଡିଲେ କି ଚିରଞ୍ଜୀବ ବିଶ୍ବାଳ?

ଜଗତସିଂହପୁର: କଂଗ୍ରେସ ଛାଡି ନିକଟରେ ବିଜେଡିରେ ମିଶିଥିବା ଚିରଞ୍ଜୀବ ବିଶ୍ବାଳ ନିଜ ସମର୍ଥକଙ୍କ ସହ ରୁଦ୍ଧ ଦ୍ବାର ବୈଠକ କରିଥିବାର ଭିଡିଓ ଏବେ ଭାଇରାଲ ହେଉଛି। ଯେଉଁଥିରେ ସେ କହୁଛନ୍ତି, ଜୁନ୍ ଜୁଲାଇ ଯାଏ ଅପେକ୍ଷା କରନ୍ତୁ କ୍ଷୀର କ୍ଷୀର ପାଣି ପାଣି ହେବ। ବିଧାୟକ ନହେଲେ ମଧ୍ୟ ଦଳୀୟ କର୍ମୀ ଓ ସମର୍ଥକଙ୍କ ସୁଖ ଦୁଃଖ ବୁଝିବେ ବୋଲି କହିଛନ୍ତି।

ସେ କହିଛନ୍ତି, ଚଳିତଥର ସେ ନର୍ବାଚନ ଲଢିବେ ନାହିଁ। କିନ୍ତୁ ଶାସକ ଦଳର ହୋଇଥିବାରୁ ସେ ସମସ୍ତ କାମ କରିପାରିବେ। ଉଦ୍ଦେଶ୍ୟ ଗୋଟିଏ କିଭଳି ନବୀନ ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ। ସେ ଜଗତସିଂହପୁର ଆସନ ପାଇଁ ଆଶାୟୀ ଥିଲେ କିନ୍ତୁ ଦଳ ପ୍ରଶାନ୍ତ ମୁଦୁଲିଙ୍କୁ ପ୍ରାର୍ଥୀ କରିଛି। ଏହାର ପ୍ରତିବଦଳରେ ଦଳ କଟକରୁ ଲଢିବାକୁ ଅଫର କରିଥିଲା ବୋଲି ଚିରଞ୍ଜୀବ କହିଛନ୍ତି। ହେଲେ ସେ ଜଗତସିଂହପୁର ସହ ରହିବାକୁ ଇଚ୍ଛା ରଖିଥିବାରୁ କଟକ ଅଫରକୁ ପ୍ରତ୍ୟାଖ୍ଯାନ କରିଛନ୍ତି ବୋଲି କହିଛନ୍ତି।

ସେ ଆହୁରି କହିଛନ୍ତି, ବିଜେଡ଼ି ତାଙ୍କୁ ଡାକି ଆଣି ଦଳରେ ସାମିଲ କରାଇଛି। ଜଗତସିଂହପୁର କଣ ହେବ ନହେବ କିନ୍ତୁ ଆମର ଲକ୍ଷ୍ୟ ନବୀନ ପଟ୍ଟନାୟକଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ କରିବା ପାଇଁ। ପ୍ରଶାନ୍ତ ମୁଦୁଲିଙ୍କୁ ମୁଁ ଗଣେ ନାହିଁ। ଦଳର ଶୀର୍ଷ ନେତାଙ୍କ ସହ ଯାହା କଥା ହେଇଛି ତାହା ଖୋଲିକରି କହି ହେବନି। ଜଗନ୍ନାଥ ଓ ସାରଳାଙ୍କ ନାଁରେ ଶପଥ କରୁଛି, ଆପଣଙ୍କ ଦାୟିତ୍ୱ ମୁଁ ନେବି। ଆପଣ ମାନଙ୍କୁ କେଉଁଠି କୁ ଯିବାକୁ ପଡିବ ନାହିଁ। ଅଫିସର ମାନଙ୍କ ପାଖରେ ଯାହା କାମ ମୋ ମାଧ୍ୟମରେ ହେବ ବୋଲି କର୍ମୀ ମାନଙ୍କୁ ଆଶ୍ବସନା ଦେଇଛନ୍ତି। ଜୁନ୍ ଜୁଲାଇ ଯାଏ ଅପେକ୍ଷା କରନ୍ତୁ କ୍ଷୀର କ୍ଷୀର ପାଣି ପାଣି ହେବ ବୋଲି ସେ କହିଛନ୍ତି।

Comments are closed.