ଭୁବନେଶ୍ୱର: ଓଡ଼ିଶାରେ ଚାଲିଛି ଗଣତନ୍ତ୍ରର ମହାପର୍ବ। ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଯାଇଛି। ବାଜିରେ ଲାଗିଛି ବହୁ ହେଭିୱେଟ୍ ନେତାଙ୍କ ଭାଗ୍ୟ। ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ ଭୋଟ ଦେଲେ ବହୁ ହେଭିୱେଟ୍ ନେତା-ମନ୍ତ୍ରୀ। କୋରାପୁଟ କଂଗ୍ରେସ ସାଂସଦ ପ୍ରାର୍ଥୀ ସପ୍ତଗିରି ଉଲାକା ଭୋଟ ଦେଇଛନ୍ତି। ସେହିପରି ନବରଙ୍ଗପୁର ଲୋକସଭା ବିଜେପି ପ୍ରାର୍ଥୀ ବଳଭଦ୍ର ମାଝି ଭୋଟ ଦେଲେ।
ବୁଥ୍ ନମ୍ବର ୧୯୧ ଯାଜପୁର-୩ରେ ଭୋଟ ଦେଲେ ବିଜୟ ପଟ୍ଟନାୟକ। ପତ୍ନୀ ରାଣୀ ପଟ୍ଟନାୟକ ଓ ପୁଅ ବୋହୁଙ୍କ ସହ ଯାଇ ଭୋଟ ଦେଇଛନ୍ତି ପାରଳାଖେମୁଣ୍ଡି ବିଧାୟକ ପ୍ରାର୍ଥୀ ବିଜୟ ପଟ୍ଟନାୟକ।
ସୋମବାର ରାୟଗଡ଼ା ଜିଲ୍ଲା ବିଷମକଟକ ନିର୍ବାଚନ ମଣ୍ଡଳୀ ନିର୍ଗୁଣ୍ଡି ମତଦାନ କେନ୍ଦ୍ରରେ ଭୋଟ୍ ଦେବାକୁ ଲୋକମାନେ ସକାଳୁ ଧାଡ଼ିରେ ଠିଆ ହୋଇଥିଲେ। ତେବେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏଠାରେ ମତଦାନ ପ୍ରକ୍ରିୟା ୩୦ ମିନଟ୍ ବିଳମ୍ବରେ ହୋଇଥିଲା। ଆଦିବାସୀ କଲ୍ୟାଣ ତଥା ଆଇନ ମନ୍ତ୍ରୀ ବିଜେଡି ବିଧାୟକ ଜଗନ୍ନାଥ ସାରକା ପ୍ରଥମେ ଝିଜିଡି ପଞ୍ଚାୟତ ନିର୍ଗୁଣ୍ଡି ବୁଥ୍ରେ ନିଜର ମତ ସାବ୍ୟସ୍ତ କରିଛନ୍ତି।
Comments are closed.