Latest Odisha News

କେଜ୍ରିଓ୍ୱାଲଙ୍କ ଭଳି ଜାମିନ ମାଗିଲେ ସୋରେନ୍, ମନା କଲେ କୋର୍ଟ

ନୂଆଦିଲ୍ଲୀ: ଜମି ଦୁର୍ନୀତି ମାମଲାରେ ଏବେ ଜେଲରେ ଅଛନ୍ତି ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ଏନେଇ ହେମନ୍ତ ସୋରେନଙ୍କ ଜାମିନ ଆବେଦନର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହୋଇଛି । ହେମନ୍ତ ସୋରେନ୍‌ ଙ୍କ ଜାମିନ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ଏହା ସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଉଦାହରଣ ଦେଇଛନ୍ତି ସୁପ୍ରିମକୋର୍ଟ ।

ଖବରମୁତାବକ, ଆଜି କୋର୍ଟରେ ହେମନ୍ତଙ୍କ ପକ୍ଷରୁ ହାଜର ହୋଇଥିବା ତାଙ୍କ ଓକିଲ କପିଲ ସିବଲ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଆଯାଇଥିବା ଜାମିନର ଉଦାହରଣ ଦେଇଥିଲେ । ଆଉ ସୋରେନଙ୍କୁ ମଧ୍ୟ ସେହି ଆଧାରରେ ଜାମିନ ପ୍ରଦାନ କରାଯାଉବୋଲି ଦାବି କରିଥିଲେ କପିଲ ସିବଲ । ହେଲେ ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ଦୀପଙ୍କର ଦତ୍ତଙ୍କ ବେଞ୍ଚ ଏହି ମାମଲାର ଶୁଣାଣି କରି ନିର୍ବାଚନ ପାଇଁ ହେମନ୍ତ ସୋରେନଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ଦେବାକୁ ବର୍ତ୍ତମାନ ମନା କରି ଦେଇଛନ୍ତି ।

ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି ମେ’୧୭ ତାରିଖରେ ହେବ ବୋଲି ସ୍ଥିର କରିଛନ୍ତି ।

ତେବେ ଜମି ଦୁର୍ନୀତି ସହ ଜଡ଼ିତ ଅର୍ଥ ହେରଫେର ମାମଲାରେ ଗିରଫଦାରୀ ବିରୋଧରେ ସୋରେନ କରିଥିବା ଆବେଦନକୁ ଝାଡ଼ଖଣ୍ଡ ହାଇକୋର୍ଟ ଖାରଜ କରିଥିଲେ । ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ ହେମନ୍ତ ସୋରେନ ।

Comments are closed.